ରାସ୍ତାରୁ ୬ଫୁଟିଆ ବୋଡ଼ା ସାପ ଉଦ୍ଧାର

0
334

ଭଞ୍ଜନଗର: ଭଞ୍ଜନଗର ଷ୍ଟେଟ ବ୍ୟାଙ୍କ ଛକ ନିକଟ ଭୁବନେଶ୍ଵରୀ ହୋଟେଲ ସମ୍ନାରୁ ଏକ ବିରାଟ ବୋଡା ସାପ ଉଦ୍ଧାର ହୋଇଛି।ତାହାର ଲମ୍ବ ପ୍ରାୟ ୬ଫୁଟ ହେବ ଅନୁମାନ କରାଯାଉଛି।ସାପଟି ସନ୍ଧ୍ୟା ସମୟରେ ମୁଖ୍ୟ ରାସ୍ତା ପାର ହେଉଥିବା ବେଳେ କିଛି ଲୋକ ତାକୁ ଦେଖି ଭୟଭୀତ ହୋଇ ଯାଇଥିଲେ।ହେଲେ ହୋଟେଲ ମାଲିକ ବିଟୁ ବିଷୋୟୀ ସାହସର ସହ ଉକ୍ତ ସାପଟିକୁ କାବୁକରି ଏକ ବସ୍ତା ଭିତରେ ପୁରେଇବାରେ ସକ୍ଷମ ହୋଇଥିଲେ।ବନ ବିଭାଗ ସହଯୋଗରେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛଡ଼ା ଯାଇଥିବା ଜଣାପଡିଛି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here