ବିପୁଳ ପରିମାଣରେ ଗଞ୍ଜେଇ ଜବତ ଓ ଜଣେ ଗିରଫ

0
293

ମାଲକାନଗିରି (ନ୍ୟୁଜ୍ ଏକ୍ସଟ୍ରା) ଜିଲ୍ଲା ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ବଡ଼ ସଫଳତା , ୧୫୦୧ କିଲୋ ଗଞ୍ଜେଇ ସହ ଜଣେ ଅଭିଯୁକ୍ତ ଗିରଫ । ମିଳିଥିବା ସୂଚନା ଅନୁସାରେ ବିଶ୍ବସ୍ତ ସୂତ୍ରରୁ ଖବରପାଇ ଓଆଇସି ଙ୍କ ନେତୃତ୍ବରେ ଏକ ଟିମ ଗତକାଲି ରାତିରେ ଚିତ୍ରକୋଣ୍ଡା ରେଖାପାଲି ଦାରାକୋଣ୍ଡା ରାସ୍ତାରେ ଗାଡି ଯାଚ କରୁଥିଲେ । ଏହି ସମୟରେ ଏକ ଟାଟା ଏସି ଗାଡି ( AP 27 TY 4774 ) କୁ ଅଟକାଇ ଅଟକାଇ ଗାଡି ଟିକୁ ଯାଚ କରିଥିଲେ । ଯାଚ ସମୟରେ ଗାଡି ଭିତରୁ ୫୦ ବସ୍ତା ( ୧୫୦୧କିଲୋ୨୫୦ଗ୍ରାମ . ) ଗଞ୍ଜେଇ ପାଇଥିଲେ । ଗିରଫ ହେଇଥୁବ ଅଭିଯୁକ୍ତ ଜଣଙ୍କ ହେଲେ ନଗବତୁଲା ବାଲୁ । ଅଭିଯୁକ୍ତ ନିକଟରୁ ଗୋଟିଏ ମୋବାଇଲ ଫୋନ ଓ ୯୫୦ ଟଙ୍କା ଜବତ କରାଯାଇଛି । ଗଞ୍ଜେଇ ଚୋରା ଚାଲାଣରେ ଚିତ୍ରକୋଣ୍ଡା ଥାନା କେଶ ନଂ : ୧୨୧ , ତା ୦୩/୧୦/୨୧ U / s 20 ( b ) ( i ) ( c ) / 27 A / 29_of_NDPS . ଅନୁସାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here