ଭ୍ରାମ୍ୟମାଣ ଅବକାରୀ ଚଢାଉ, ୩୬କେଜି ଗଞ୍ଜେଇ ଜବତ, ୪ ଜଣ ଗିରଫ

0
260

ପାରଳାଖେମୁଣ୍ଡି(ନ୍ୟୁଜଏକ୍ସଟ୍ରା ) ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ତତ୍ବାବଧାନରେ ଗଜପତି ଜିଲ୍ଲା ଅବକାରୀ ବିଭାଗ ର ନୀରିକ୍ଷକ ପଦ୍ମଚରଣ ସାହୁ ଙ୍କ ନେତ୍ରୃତ୍ବରେ ଅବକାରୀ ଉପନିରୀକ୍ଷକ ଆର୍ ଉଦୟଗିରି ଅବକାରୀ ଥାନା ଅଞ୍ଚଳରେ ଭ୍ରାମ୍ୟମାଣ ଅବକାରୀ ସ୍କ୍ୱାର୍ଡର ଚଢାଉ କରିଥିବା ବେଳେ ସେ ଅଞ୍ଚଳରେ ୩୬କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିବା ସମୟରେ ୪ ଗୋଟି ଏନ୍‌.ଡି.ପି.ଏସ୍‌. କେଶ ରୁଜୁ କରାଯାଇଛି । ମୋଟ ୩୬.୨୪୨ କେଜି ଗଞ୍ଜେଇ ବରାମତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୮୨ ହଜାରରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । ସେମାନେ ହେଲେ କଣ୍ଟାପଦର ଗ୍ରାର ଜନ୍ମଞ୍ଜୟ ନାୟକ(୨୭) ବିଜିପୁରର ଲିଙ୍ଗରାଜ ଲିମ୍ମା(୩୫), ସିଧିପୁର ପିତବାସ ରାଉତ(୨୨), ଡାବରିଗୁଡା ଜଶ୍ୟ ପ୍ରଧାନ (୩୩) । ଏମାନଙ୍କ ଠାରୁ ଯଥା କ୍ରମେ ୧୦ କେଜି ୧୦୦ଗ୍ରାମ, ୫ କେଜି୧୦୦ ଗ୍ରାମ, ୧୦କେଜି ୮୧୦ଗ୍ରାମ , ୧୦କେଜି ୨୧୮ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି । ଏନେଇ ଆର୍‌.ଉଦୟଗିରି ଅବକାରୀ ଥାନାରେ ବିଭିନ୍ନ ମାମଲାରେ ୪ଗୋଟି ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here