ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଦର୍ଶ ବିଦ୍ୟାଳୟ ସଫେଇ କାର୍ଯ୍ୟକ୍ରମ

0
358

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ପାପଡାହାଣ୍ଡି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପାପଡାହାଣ୍ଡି ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାପଡାହାଣ୍ଡି ବ୍ଲକ ଛାତ୍ର ବିଜୁ ଜନତା ଦଳ ସଭାପତି ଏମଡି ଗୁଫରାନଙ୍କ ନେତୃତ୍ୱରେ ଛାତ୍ର ବିଜୁ ଜନତା ଦଳର ସଦସ୍ୟ ପ୍ରମୁଖ ପାପଡାହାଣ୍ଡି ଆଦର୍ଶ ବିଦ୍ୟାଳୟ ପରିସରରେ ଏବଂ ବାହାରେ ଝାଡୁ ଧରି ସଫା କରିବା ସହ ସ୍କୁଲ ପରିବେଶକୁ ସବୁବେଳେ ସଫା ରଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ର ବିଜୁ ଜନତା ଦଳର ଡିଜିଟାଲ ସମ୍ପାଦକ ଚନ୍ଦ୍ର ଶେଖର ମାଝୀ, ପୀତବାସ ଭତରା, ଶିବରାମ ଭତରା, ରୋହିତ ବିଷୋୟୀ, ସନୁ ଭତରା, ଲକ୍ଷ୍ମଣ ପାଇକ, କରଣ ଭତରା ପ୍ରମୁଖ ସାମିଲ ଥିଲେ।
ରିପୋର୍ଟ – ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here