୨ ଲୁଟେରା ଗିରଫ:୪ ବାଇକ୍ ଜବତ

0
306

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ସଦର ଥାନା ପୋଲିସ ପକ୍ଷରୁ ଦୁଇ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଚାରୋଟି ଚୋରା ବାଇକ୍ ଜବତ କରିଥିବା ସୂଚନା ଦେଇଛନ୍ତି ସଦର ଥାନା ଅଧିକାରୀଙ୍କ ମହେନ୍ଦ୍ର କୁମାର ସାହୁ। ମିଳିଥିବା ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ, ସଦର ଥାନା ପୋଲିସ ପକ୍ଷରୁ ବାଇକ ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଗତ କାଲି ଦୁଇ ଜଣ ବାଇକ୍ ଲୁଟେରା ପୋଲିସ ହାତରେ ଧରା ପଡ଼ିଥିଲେ।ଧରାପଡିଥିବା ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣେ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ର ପୁର ଗ୍ରାମର ହୃଷୀକେଶ ମହାପାତ୍ରଙ୍କ ପୁଅ ଟୁଲୁ ମହାପାତ୍ର(୩୨),ଏବଂ ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଧରାକୋଟ ଗ୍ରାମର କୋଠାରି ମନ୍ଦିର ସାହିର ଗଣେଶ ପଣ୍ଡାଙ୍କ ପୁଅ ସୁଶାନ୍ତ ପଣ୍ଡା(୩୪) ଅଟନ୍ତି।ପୋଲିସର ତଦନ୍ତ ବେଳେ ଏହି ଦୁଇ ଜଣ ଅଭିଯୁକ୍ତ ଦୀର୍ଘ ଦିନ ଧରି ବିଭିନ୍ନ ସ୍ଥାନରୁ ଗାଡି ଚୋରି କରିଥିବା ମାନିଥିଲେ।ସେମାନଙ୍କ ନିକଟରୁ(ଓଡ଼ି-୦୭-ୱlଇ-୮୮୪୪)ନମ୍ବର ବିଶିଷ୍ଟ ହିରୋ ସୁପର ସ୍ପେଣ୍ଡର,(ଓଡ଼ି-୦୭-ଟି-୨୦୬୭) ନମ୍ବର ବିଶିଷ୍ଟ ହୋଣ୍ଡା ଲିଭୋ (ଓଡ଼ି-୦୭-ଏଇ-୩୫୧୮) ନମ୍ବର ବିଶିଷ୍ଟ ବଜାଜ୍ ପଲସର୍ ୨୨୦,(ଓଡ଼ି-୦୭-ଏହେଚ-୦୭୯୦)ନମ୍ବର ବିଶିଷ୍ଟ ଜୁପିଟର୍ ଗାଡି ଜବତ କରାଯାଇଥିବା ବେଳେ ସଦର ଥାନାରେ ପୂର୍ବରୁ ମାମଲା ରୁଜୁ ହୋଇଥିବା କେସ ନଂ ୧୦୬/୧୨-୪-୨୧ ପ୍ରକାରେ ଏହି ଦୁଇ ଅଭିଯୁକ୍ତଙ୍କୁ ୟୁ/ଏସ୍-୩୭୯ ଆଇପିସି ଧାରା ଅନୁଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି।ଏହି ବାଇକ ଚୋରଙ୍କୁ ଧରିବା ପାଇଁ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରା ଓ ସଦର ଥାନା ପୋଲିସ ଟିମ୍ ଚେଷ୍ଟା ଜାରି ରଖିଥିଲା।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here