୨୦ଦିନରେ ପହଞ୍ଚିଲା ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ନେଇ ଧାରଣା ଧାରଣାରେ ସାମିଲ ହେଲେ ଉତ୍କଳ ମହିଳା ସମିତି

0
156

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଗଣଧାରଣା ଆଜି ୨୦ ତମ ଦିନରେ ପହଞ୍ଚିଛି । ଆଜି ଉତ୍କଳ ମହିଳା ସମିତି ପକ୍ଷରୁ ଏହି ଗଣଧାରଣାରେ ସାମିଲ ହୋଇଥିଲେ । ଜୁନାଗଡ଼ ହେଉଛି ଐତିହାସିକ ସହର । ନାଗବଂଶୀ ରାଜାଙ୍କ ସମୟରେ ଥିଲା ରାଜଧାନୀ ।ତେଣୁ ଯିଏ ଯେଉଁ ଦଳରେ ରହୁନା କାହିଁକି ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ପାଇଁ ଆମକୁ ଦଳମତ ନିର୍ବିଶେଷରେ ଏକ ଜୁଟ ହୋଇ ଗୋଟିଏ ସ୍ୱର ହେବାକୁ ପଡ଼ିବ । ଅତୀତରେ ଆମ ହକକୁ ଛେଡେଇ ନିଆ ଯାଇଛି ତେଣୁ ଆମ ପୂର୍ବ ଗୌରବକୁ ଫେରାଇ ଦିଅ, ଅଗାକୁ ସାଧାରଣ ନିର୍ବାଚନ ଥିବା ବେଳେ ମହିଳାମାନେ ରକ୍ଷାକର୍ତ୍ତା ରୁ ସଂଘାରକର୍ତ୍ତା ସାଜି ଦମନ କରିବାର କ୍ଷମତା ମଧ୍ୟ ରଖିଛନ୍ତି । ତେଣୁ ରାଜ୍ୟ ସରକାର ମାଁ ର ସମ୍ମାନ ପାଇଁ ମାଁ ମାନଙ୍କ ଆବେଦନକୁ ସ୍ୱୀକାର କରି ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦିଅନ୍ତୁ ବୋଲି ଉତ୍କଳ ମହିଳା ସମିତିର ମାଁ ମାନେ ଚେତାବନୀ ଦେଇଥିଲେ । ଆଜି ଜିଲ୍ଲା ମାନ୍ୟତା ଦାବୀ କୁ ସମର୍ଥନ ଜଣାଇ ଜୁନାଗଡ଼
ଉତ୍କଳ ମହିଳା ସମିତି ପକ୍ଷରୁ ଧାରଣାରେ ସାମିଲ ହୋଇଥିଲେ । କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ ଓ ସଂଯୋଜକ ତଥା ନଗରପାଳ ମୂକେଶ ଅଗ୍ରୱାଲ ଓ ପ୍ରଭାତ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଉତ୍କଳ ମହିଳା ସମିତିର ଅଧ୍ୟକ୍ଷ୍ୟା ମନୋରମା ମହାଳିକ ଅଧ୍ୟକ୍ଷତା କରିଥିଲେ । ଏହି ବିକ୍ଷୋଭ ସଭାରେ ସମିତି ର ସଂଗୀତା ବାଗ, ସରୋଜିନୀ କାଣ୍ଡ, ଗୀତା ବିଭାର, କୁମୁଦିନି ପ୍ରଧାନୀ, ଜୟଶ୍ରୀ ନାଗ, ଦୟା ନିଆଲ, ଅମ୍ବିକା ବାଗ, କୁନି ବନ୍ଦିଛୋଡ, କଳ୍ପନା ବରାଡ଼, ଲଳିତା ରଣା, ସଂଯୁକ୍ତା ଚନ୍ଦନ, ସୁକାନ୍ତି ଦାସ, ରାନିମତି ଛତ୍ରୀଆ, ଟୁନି ପାତ୍ର, ମିନା ବାଗ, ଆଦିତ୍ୟ କୁମାର ମହାନ୍ତି, ଅରୁପାନନ୍ଦ ନାଗ, ଦୁଷ୍ମନ୍ତ ନାଏକ, ବିକ୍ରାନ୍ତ ପଟ୍ଟନାୟକ, ବିଶ୍ଵରଞ୍ଜନ ନାଏକ,ସନ୍ଦୀପ କୁମାର ସାହୁ, ଅଗସ୍ତି ସୁନାନୀ, ଗଣେଶ ପଧାନ, ବିମଳଚନ୍ଦ୍ର ଶତପଥୀ ପ୍ରମୁଖ ଉଦବୋଧନ ଦେଇଥିଲେ ।

ରିପୋର୍ଟ:ଦୁଷ୍ମନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here