ବାଲିଗୁଡା: ସିଆରଏଫର ୮୨ତମ ବାର୍ଷିକ ଉତ୍ସବ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ

0
259

ବାଲିଗୁଡା(ନ୍ୟୁଜ ଏକ୍ସଟ୍ରା): କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ୮୨ତମ ବାର୍ଷିକ ଉତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଥିବା ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଏବଂ ସେକେଣ୍ଡ କମାଡେଣ୍ଟ ସୁଖବୀର ସିଂ ଓ ଆସିଷ୍ଟାଣ୍ଟ କମାଡେଣ୍ଟ ସୋମଜୀତ ଭକତ ପ୍ରମୁଖଙ୍କ ନେତୃତ୍ୱରେ ସ୍ଥାନୀୟ ତ୍ରିବେଦୀ ପାର୍କ ପରିସର ଓ ଚତୁର୍ପାଶ୍ୱ କୁ ସମ୍ପୂର୍ଣ୍ଣ ସଫେଇ କରି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ l ଏହି ଅଭିଯାନରେ ୧୨୭ ବାଟାଲିୟନର ସମସ୍ତ ଜବାନ ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ କାମାଡେଣ୍ଟ ଗଣ ଉପସ୍ଥିତ ରହି ସମଗ୍ର ଅଞ୍ଚଳ ସଦା ସର୍ବଦା ସଫା ସୁତରା ରଖିବା ପାଇଁ କାହା ଉପରେ ଭରଷା ନ କରି ନିଜ ଘରର ଆଖପାଖ ନିଜେ ପରିଷ୍କାର ପରିଚ୍ଛନ୍ନ ରଖିଲେ ସବୁଆଡେ ସଫା ସୁତରା ରହିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ l ପରିଶେଷରେ ମୁଖ୍ୟ ଅତିଥି ଆନନ୍ଦ ଝା ଜନସାଧାରଣଙ୍କୁ ସିଆରପିଏଫ ଏବଂ ଜନସାଧରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଅନୁରୋଧ କରିବା ସହ ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଶ୍ରୀ ଝା ପ୍ରକାଶ କରିଥିଲେ l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here