ପୋଲିସ ଗାଡି ଯାଞ୍ଚ୍ ସମୟରେ ଗଞ୍ଜେଇ ସହ ୨ ଗିରଫ

0
329

ଡାବୁଗା୍ଁ( ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଇଦଲ ପୁର ପୋଲିସ ମଙ୍ଗଳବାର ଦିନ ସକାଳ ୧୦ ଟା ବେଳେ ଦୁଇ ଜଣ ଲୋକ ସ୍କୁଟିରେ ଗଂଜେଇ ନେଇ ଯାଉଥିବା ସମୟରେ ଗିରଫ କରିଛି ମୈଇଦଲ ପୁର ପୋଲିସ।` ଗିରଫଦୁଇ ଜଣହେଲେ କୋରାପୁଟ ଜିଲ୍ଲା ବାମୁଣୀ ଗ୍ରାମ ର ଶେକ ଆକବର ଓ ମହମଦ ରଫି । ସୂଚନା ଅନୁଯାୟୀ, ସବୁ ଦିନ ପରି ଫାଣ୍ଡି ସାମନାରେ ପୁଲିସ ଗାଡି ଯାଞ୍ଚ କରୁଥିବା ସମୟ ରେ ସ୍କୁଟିଟି କୁ ଯାଞ୍ଚ କରିଥିଲେ। ଯାଞ୍ଚ ସମୟ ଗୋଟିଏ ବ୍ୟାଗ ରେ ଗଂଜେଇ ଥିବାର ଜଣାପଡିଥିଲା। ମାଜିଷ୍ଟ୍ରେଟ ଦାୟିତ୍ୱରେ ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ଗଂଜେଇ ଗୁଡିକ ଓଜନ କରାଯାଇଥିଲା। ସେଥିରୁ ୭ କିଲୋ ୯୦୦ ଗ୍ରାମ ର ଗଂଜେଇ ବାହାରିଥିଲା। ଏହି ଯାଞ୍ଚ୍ ସମୟରେ ଉପସ୍ଥିତ ଥିଲେ ପାପଡାହାଣ୍ଡି ଥାନା ଅଧିକାରୀ ଶୁଭେନ୍ଦୁ କୁମାର ଶବର, ଫାଣ୍ଡି ଅଧିକାରୀ ଅନାମ ଦିଆନ, ପ୍ରବୀଣ ପଞ୍ଜିଆ, ନରେଶ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here