ଆଜି ବିଶ୍ବ ଜଳାନ୍ତକ ଦିବସ

0
244

ବ୍ରହ୍ମପୁର:ଜଳାନ୍ତକ ଉଭୟ ପ୍ରାଣୀ ଓ ମନୁଷ୍ୟଙ୍କୁ ଆକ୍ରାନ୍ତ କରୁଥିବା ଏକ ମାରାତ୍ମକ ଭୂତାଣୁଜନିତ ସଂକ୍ରାମକ ରୋଗ। ପଶୁମାନଙ୍କ ଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଥିବା ଏହା ଏକ ଜୁନୋଟିକ୍‌ ରୋଗ, ଯେଉଁଥିରେ ପ୍ରତିବର୍ଷ ଆମ‌ ଦେଶରେ ପ୍ରାୟ ପନ୍ଦର ହଜାର ଲୋକ ମୃତ୍ୟୁବରଣ କରିଥାନ୍ତି। ରୋଗାକ୍ରାନ୍ତ ପ୍ରାଣୀ ସୁସ୍ଥ ପ୍ରାଣୀ/ବ୍ୟକ୍ତିକୁ କାମୁଡ଼ିବା ବା ରାମ୍ପୁଡ଼ିବା ଦ୍ବାରା ସଂକ୍ରମିତ ଲାଳ ସଂସ୍ପର୍ଶରେ ଆସି ଜଳାତଙ୍କ ଭୂତାଣୁ ସୁସ୍ଥ ପ୍ରାଣୀର ଶରୀରରେ ପ୍ରବେଶ କରେ ଏବଂ ତା’ଠାରେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ଆମ ଦେଶରେ ଜଳାନ୍ତକ ରୋଗର ୯୫ ପ୍ରତିଶତ କୁକୁର କାମୁଡ଼ିବା ଦ୍ବାରା ହୋଇଥାଏ।ଏହି ମହାମାରି ଜଳାନ୍ତକ ରୋଗର ସଚେତନତା କାର୍ଯ୍ୟକ୍ରମ ପ୍ରତ୍ୟକ ବର୍ଷ ଆଜିର ଦିନରେ ଅନୁଷ୍ଠିତ ହୋଇଥାଏ ଯାହାକୁ ବିଶ୍ବ ଜଳାନ୍ତକ ଦିବସ ରୁପେ ପାଳନ କରାଯାଏ। ଆଜି ମଧ୍ୟ ବିଶ୍ବ ଜଳାନ୍ତକ ଦିବସ ପଶୁ ଚିକିତ୍ସାଳୟ ପରିସରରେ ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘ ଏବଂ ଆନୁକୂଲ୍ୟରେ ଇଣ୍ଡିଆନ୍ ଇମୁନୋଲଜିକାଲ୍ ଲିମିଟେଡର ମିଳିତ ଆନୁକୁଲ୍ୟରେ ପକ୍ଷରୁ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୁଗ୍ମ ନିର୍ଦ୍ଦେଶକ ଡ଼ା ଦେବରାଜ ବେହେରାଙ୍କ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଡ଼ା ରବିନାରାୟଣ ପଣ୍ଡା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଡ଼ା ଅରବିନ୍ଦ ବେହେରା, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ,ଡ଼ା ପ୍ରଭୁଦତ୍ତ ଦାସ, ଜିଲ୍ଲା ଅଧ୍ୟକ୍ଷ ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘ, ଡ଼ା ଅସିତ୍ କୁମାର ଶତପଥୀ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ, ଡ଼ା କିରଣ କୁମାର ବିଶୋୟୀ, ବ୍ରହ୍ମପୁର ପ୍ରାଣୀ ଚିକିତ୍ସାକ, ଡ଼ା ମନୋଜ ଷଡ଼ଙ୍ଗୀ, ଡିଟିସି, ଏବଂ ପଶୁ ଚିକିତ୍ସାଳୟର ଅନ୍ୟ କର୍ମଚାରୀ ଯଥା ଆମ୍ବୁଲାନ୍ସ ଡାକ୍ତର ସୌମିକ ସ୍ବାଇଁ, ପାଣ୍ଡବ ବେହେରା, ହରିଶ୍ ଚନ୍ଦ୍ର ନାୟକ, ଗୋବିନ୍ଦ ଚନ୍ଦ୍ର ପାତ୍ର, ସାଇରାମ ରେଡ୍ଡୀ, ପ୍ରଣୟ ପ୍ରସାଦ ରେଡ୍ଡୀ, ସନ୍ତୋଷ କୁମାର ପଟ୍ଟନାୟକ, ଜ୍ୟୋସ୍ନାରାଣୀ ନାୟକଙ୍କ ସମେତ ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ରୋଗର ସଚେତନତା ଓ ଭୟାବହତା ଉପରେ ଅବଗତି କରାଇଥିଲେ । ପ୍ରାୟ ୯୦ରୁ ଉର୍ଦ୍ଧ କୁକୁରମାନଙ୍କୁ ଜଳାନ୍ତକ ପ୍ରତିଷୋଧକ ଇଞ୍ଜେକ୍ସନ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here