କବିବର ରାଧାନାଥଙ୍କ ଜୟନ୍ତୀ ପାଳନ

0
278

ଭଞ୍ଜନଗର: ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ସ୍ଥାନୀୟ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ା ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ପ୍ରାକ୍ତନ ଅଧକ୍ଷ କୃତିବାସ ବିଶ୍ବାଳ ା ସଂପାଦକ ସନ୍ତୋଷ ଜେନା ସଂଯୋଜନା କରିଥିବା ବେଳେ କୋଷାଧକ୍ଷ ତ୍ରିନାଥ ବେହେରା ରାଧାନାଥ ରାୟଙ୍କ ଆଖ୍ୟାନଧର୍ମୀ ଓ ବର୍ଣ୍ଣନାଧର୍ମୀ କାବ୍ୟ ସୃଷ୍ଟି ସଂପର୍କୀୟ ସନ୍ଦର୍ଭ ପାଠ କରିଥିଲେ ା ପରେ ଉପସ୍ଥିତ ସଦସ୍ୟ ସଦସ୍ୟା ନିଜ ମତାମତ ରଖିବା ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ା ସଭା ଆରମ୍ଭ ପୂର୍ବରୁ ଓଡିଶାର ପ୍ରଖ୍ୟାତ ସାରସ୍ବତ ସାଧିକା ମନୋରମା ମହାପାତ୍ର ଓ ସମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗ ହେତୁ ଶୋକ ପାଳନ କରାଯାଇଥିଲା ା କାର୍ଯ୍ୟକ୍ରମରେ ଉପସଭାପତି ନେତାଜୀ ବିଷୋୟୀ,ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ,ଦୁଇ ଉପଦେଷ୍ଟା ମନୁନନ୍ଦ ପତି,ଶୂଳପାଣୀ ଶତପଥୀ ପ୍ରମୁଖ ମଞ୍ଚାସୀନ ରହି ରାଧାନାଥଙ୍କ ସୃଷ୍ଟି ସମ୍ଭାର ଆଲୋଚନା କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ନଳିନୀ ପ୍ରଭା ଦାସ,ସୁଜାତା ସିଂ,ଡାକ୍ତର ଗାୟତ୍ରୀ ସାହୁ,ଡାକ୍ତର ସିମାଞ୍ଚଳ ପତି,ଜୋତ୍ସାଦେବୀ,ଅଧ୍ୟାପକ ଅଶୋକ ସ୍ବାଇଁ, ରାମ ଚନ୍ଦ୍ର ହୋତା,ସୁଦାମ ଦଳବରା,ରବିନାରାୟଣ ମହାନ୍ତୀ,ଶଙ୍କର୍ଷଣ ତ୍ରିପାଠୀ,ରଞ୍ଜୁଲତା ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ା ନୂତନ ସଭ୍ୟ ରୂପେ ଶିିକ୍ଷକ କାଳୀ ଚରଣ ନାୟକ ଯୋଗ ଦେଇଥିବାରୁ ପରିବାର ତରଫରୁ ସ୍ବାଗତ କରାଯାଇଥିଲା ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here