ରୋଜଗାରିଆ ପୁଅର ଅକାଳ ମୃତ୍ୟୁ ; ବେସାହାରା ସମ୍ପୂର୍ଣ ପରିବାର

0
437

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ପୁଅ ର ମୃତ୍ୟୁ ଖବର ଶୁଣି 4 ଦୀନ ହେଲା ଚୁଲି ଜଲୁନି ଘରେ , ଘରର ଏକ ମାତ୍ର ରୋଜଗାରୀଆ ପୁଅକୁ ହରାଇ ସମ୍ପୂର୍ଣ ବେ ସାହାରା ହେଇଯାଇଛି ଗୋଟିଏ ପରିବାର । ଓଡିଆ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ କେଉଁଠି ବସ୍ ଦୁର୍ଘଟଣାରେ ମଲେଣି ତ କେଉଁଠି ଋଣ ଭାରକୁ ସହି ନପାରି ଘରର ଭେଣ୍ଡା ପୁଅ ଆତ୍ମହତ୍ୟା କଲାଣି I ଏହି ପରି ଏକମାତ୍ର ରୋଜଗାରିଆ ଭେଣ୍ଡା ପୁଅର ଅକାଳ ମୃତ୍ୟୁରେ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମର ଜୁରିଆ ନାୟକଙ୍କ ପରିବାର ବେସାହାରା ହୋଇପଡିଛି I ସୂଚନା ପ୍ରକାରେ ନିଜର ଦୁଇ ପୁଅ, ଚାରି ଝିଅ ଏବଂ ସ୍ତ୍ରୀଙ୍କୁ ନେଇ ଜୁରିଆ ନାୟକ(70)ଙ୍କ ପରିବାର I ଆଗରୁ ଦୁଇ ଝିଅ ବିବାହ କରିସାରିଥିବା ବେଳେ ଆଉ ଦୁଇ ଅବିବାହିତ ଝିଅ ଏବଂ ଦୁଇ ପୁଅକୁ ନେଇ ଶ୍ରୀ ନାୟକଙ୍କ ଲେଲ ଲୂଣର ସଂସାର ଚଳୁଥିଲା I ଜୂରିଆଙ୍କ ବଡ଼ ପୁଅ ନିତ୍ୟାନନ୍ଦ ନାୟକ(35) ଥିଲା ଘରର ଏକମାତ୍ର ରୋଜଗାରିଆ ପୁଅ ଥିବା ବେଳେ ସାନ ପୁଅ ବାହାନ ନାୟକ(25) ରୋଗୀଣା ଏବଂ ମାନସିକ ବିକାର ଗ୍ରସ୍ତ I ନିତ୍ୟାନନ୍ଦ ଗୁଜରାଟର ସୁରତ୍ ରେ ପିପୋଦୋରା ଜିଆଇଡିସି ଅଞ୍ଚଳରେ ଦୀର୍ଘ 20 ବର୍ଷ ହେବ ସୁତାକଳ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା I ଲକ୍ ଡ଼ାଉନ୍ ସମୟରେ ସୁରତ୍ ରେ କାମଧନ୍ଦା ନ ପାଇ ଗତ ମଇ ମାସରେ ସେ ନିଜ ଗାଆଁକୁ ଫେରି ଥିଲା । ସାଙ୍ଗସାଥୀଙ୍କ ଠାରୁ କିଛି ଟଙ୍କା ଧାର କରଜ କରି ଲକ୍ ଡ଼ାଉନ୍ ସମୟରେ ସେ ନିଜର ପରିବାରର ପ୍ରତିପୋଷଣ କରୁଥିଲା I ଗତ ସେପ୍ଟେମ୍ବର ମାସରେ ସୁତାକଳ ଆରମ୍ଭ ହେବା ପରେ ସେ ଆଉ କିଛି ଟଙ୍କା ଧାର କରି ଏକ ବସ୍ ରେ 3500 ଟଙ୍କା ଦେଇ ସୁରତ୍ ଫେରି ଯାଇଥିଲା I ଗତ ଅକ୍ଟୋବର 11 ତାରିଖ ଭୋର୍ ସମୟରେ ସୁତା କଳ ଖୋଲିଲା ବେଳକୁ କାରଖାନା ଭିତରେ ନିତ୍ୟାନନ୍ଦର ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା I ନିଜର ଅସହ୍ୟ ଅଭାବୀ ଯନ୍ତ୍ରଣାକୁ ସହି ନ ପାରି ଆତ୍ମହତ୍ୟା କରିଥିବା କଥା ସେଠାକାର ଲୋକେ ସନ୍ଦେହ କରିଥିଲେ I ଏ ନେଇ ଉଚ୍ଚ ସ୍ତରୀୟ ସରକାରୀ ତଦନ୍ତ ହେଲେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣା ପଡିବ ବୋଲି ନିତ୍ୟାନନ୍ଦଙ୍କ ପରିବାର ଲୋକେ କହିଛନ୍ତି I ଏତିକିରେ ସରିନାହିଁ ଜୂରିଆଙ୍କ ଦୁଃଖ I ତାଙ୍କର ମାନସିକ ବିକାର ଗ୍ରସ୍ତ ସାନ ପୁଅ ବାହାନ(25) ମଧ୍ଯ ଗତ ସେପ୍ଟେମ୍ବର ମାସରୁ ଘରୁ କୁଆଡେ ପଳେଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାର ପତ୍ତା ମିଳୁନି I ବଡ଼ ପୁଅର ଅକାଳ ମୃତ୍ୟୁ ଏବଂ ସାନ ପୁଅର ନିଖୋଜ ଘଟଣାରେ ଜୂରିଆଙ୍କ ପରିବାର ନିର୍ବାକ ହୋଇଯାଇଛନ୍ତି l ଘରର ଏକମାତ୍ର ରୋଜଗାରିଆ ପୁଅ ଚାଲିଯିବା ପରେ ଜୂରିଆଙ୍କ ପରିବାର ସମ୍ପୂର୍ଣ ବେସାହାରା ହୋଇପଡିଛି I ଘରେ ଦୁଇ ଅବିବାହିତ ଝିଅ ଓ ନିଜର ବିବାହ ଯୋଗ୍ୟ ଭେଣ୍ଡା ପୁଅକୁ ହରାଇ ବିଭିନ୍ନ୍ ବିବାହ ପ୍ରସ୍ତାବ କଥା ବାହୁନି ବାହୁନି ମା ବାରମ୍ବାର ବେହୋସ ହୋଇପଡୁଛନ୍ତି I ଏହିପରି ଏକ ଦୁର୍ଦିନ ସମୟରେ ସରକାର ଜୂରିଆଙ୍କ ପରିବାରକୁ ସାହାଯ୍ୟ କରିବା ସହ ତା ପରିବାର ର ସମ୍ପୂର୍ଣ ଦାଈତ୍ଯ ସରକାର ନିଅନ୍ତୁ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here