କୋଡ଼ିଙ୍ଗା ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ

0
415

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗ କୁ ଆଜି କୋଡ଼ିଙ୍ଗା ସରପଞ୍ଚ ଡମାଇ ଭତରା୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏଥିରେ କୋଡ଼ିଙ୍ଗା ସରପଞ୍ଚ ଡମାଇ ଭତରା , କୋଡ଼ିଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ଝାଡେଶ୍ୱର ପାତ୍ର , ଗ୍ରାମ୍ୟ ରୋଜଗାର ସେବକ ପ୍ରଦୀପ ବିଶୋଇ , କୋଡ଼ିଙ୍ଗା ପଞ୍ଚାୟତ ର ଯୁବ ନେତା ବୁଦୁରାମ ଭତରା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ । ମୃତକ ପରିବାର ର ପ୍ରମୁଖ ବ୍ୟକ୍ତିଙ୍କୁ ଟଙ୍କା ପ୍ରଦାନ କରାଯାଇଛି । କୋଡ଼ିଙ୍ଗା ପଞ୍ଚାୟତ ର ବିଭିନ୍ନ ସ୍ଥାନର ପ୍ରାୟ ୮ ରୁ ୧୦ ଟି ପରିବାରକୁ ଏହି ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ।

LEAVE A REPLY

Please enter your comment!
Please enter your name here