ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି; ବିଡ଼ିଓ ମୋହନା

0
380

ପାରଳାଖେମୁଣ୍ଡି(ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲାର ସର୍ବବୃହତ ବ୍ଲକ ହେଉଛି ମୋହନା ବ୍ଲକ, ଏହି ବ୍ଲକ ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ମୋହନା ବ୍ଲକ ଜିଲ୍ଲାର ସର୍ବ ବୃହତ୍ତମ ଓ ଓଡିଶାର ଦ୍ୱିତୀୟ ବୃହତ୍ତର ବ୍ଲକ ଅଟେ । ଏହି ବ୍ଲକ ରେ ଗତ କିଛି ମାସ ହେଲା ବିଡିଓ ପଦବୀ ଖାଲି ପଡିଥିଲା । ପୂର୍ବତନ ବିଡିଓ ବଂଶୀଧର ଖୋସଲା ଏକ କାଜୁ ଘୋଟାଲାରେ ନିଲମ୍ବିତ ହୋଇଥିବାରୁ ଜିଲ୍ଲାପାଳ ଅନୁପମ ସାହା ଆର୍‌.ଉଦୟଗିରି ବିଡିଓ ପ୍ରଦୀପ କୁମାର ନାୟକଙ୍କୁ ଦାୟିତ୍ୱ ତୁଲାଇବା ନିମନ୍ତେ ଅତିରିକ୍ତ ଦାୟିତ୍ୱ ଦେଇଥିଲେ । ଆର୍‌.ଉଦୟଗରି ଠାରୁ ମୋହନା ଦୂରତାକୁ ନେଇ ତଦାରଖ କରିବାରେ ବହୁତ ପ୍ରକାର ସମସ୍ୟା ସୃଷ୍ଟି ହେଉଥିଲା । ଏହି କିଛି ସମସ୍ୟା କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ସାହା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, କଲ୍ୟାଣୀ ସଂଘମିତ୍ରା ଦେବୀ ତହସିଲଦାର ଭାବେ ମୋହନା ବ୍ଲକ ଅଞ୍ଚଳରେ ଲୋକଙ୍କ ନିକଟତର ହୋଇ ବହୁତ ଗୁଡ଼ିଏ ପ୍ରଶାସନିକ କ୍ଷେତ୍ରରେ ଅଞ୍ଚଳ ରେ ବହୁତ କାର୍ଯ୍ୟକ୍ରମ କରିଛନ୍ତି ଏବଂ ତାଙ୍କ କାର୍ଯ୍ୟଶୈଳୀ, ବର୍ତ୍ତମାନ କରୋନା ସଂକ୍ରମଣ ସମୟରେ ସେ ବହୁ ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରି ଲୋକଙ୍କ ପାଖରେ ଅତି ପ୍ରିୟ ପାତ୍ର ହୋଇପାରିଛନ୍ତି । ଏଥି ଯୋଗୁଁ ସେ ଜିଲ୍ଲାରେ ଜଣେ ଉତ୍ତମ ପ୍ରଶାସିକା ଭାବେ ପରିଚିତ ଅଟନ୍ତି । କଲ୍ୟାଣୀ ସଂଘମିତ୍ରା ଦେବୀଙ୍କୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଏହି ଦାୟିତ୍ୱ ଦେଇଥିବାରୁ ଅଞ୍ଚଳ ବାସି କୃତଜ୍ଞତା ଜଣାଇଛନ୍ତି । ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରିରେ ନୂତନ ବିଡିଓ ଦାୟିତ୍ୱ ନେଇ ଉନ୍ନୟନ ମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ସୂଚାରୁରୂପେ ପରିଚାଳନା କରିବେ ବୋଲି ଅଞ୍ଚଳ ବାସୀ ଆଶାବାଦୀ ହୋଇ ଅଛନ୍ତି।

ରିପୋର୍ଟ : ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here