ବନ ବିଭାଗ ଦ୍ଵାରା ସାଗୁଆନ କାଠ ବୋଝେଇ ଟ୍ରାକ୍ଟର ଜବତ

0
348

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ରାଇଘର ବନ ବିଭାଗର ଏକ ଟିମ ଭୋର ସକାଳ ୫ଟା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ପେଟ୍ରୋଲିଂ କରୁଥିବା ବେଳେ ପାୱାର ଟ୍ରାକ ନାମକ ଏକ ନମ୍ବର ବିହୀନ ଟ୍ରାକ୍ଟର ରେ ସାଗୁଆନ ଗଣ୍ଡି ଚୋର ଚାଲାଣ ହେଉଥିବା କୁ ଜବତ କରିଥିବା ଦେଖିବାକୁ ମିଳିଛି। ରାଇଘର ରେଞ୍ଜର ସୁକୁମାର ଦୁଖୁଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ପ୍ରଫୁଲ୍ଲ ମାଝୀ, ଫରେଷ୍ଟ ଗାର୍ଡ ଭବାନୀ ଶଙ୍କର ବିଶୋଇ, ପାରା ଫରେଷ୍ଟ ଷ୍ଟାଫ ମିଳିତ ଭାବେ ପେଟ୍ରୋଲିଂ କରୁଥିବା ସମୟରେ କୁନ୍ଦେଇ ପଞ୍ଚାୟତ ଅନ୍ତର୍ଗତ ସମ୍ବଲପୁର ଓ କାଣ୍ଡେତାରା ମଝିରେ ବନ ବିଭାଗ କର୍ମଚାରୀଙ୍କୁ ଦେଖି ସାଗୁଆନ ଗଣ୍ଡି ବୋଝେଇ ଟ୍ରାକ୍ଟର ଛାଡି ଚାଲାଣକାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।ପରେ କାଠ ବୋଝେଇ ଟ୍ରାକ୍ଟର କୁ ରାଇଘର ବନ ବିଭାଗ କାର୍ଯ୍ୟାଳୟ କୁ ଆଣି ସମସ୍ତ କାଠ ଗଣ୍ଡିର ମାପ କରାଯାଇ ଥିଲା ।ସୂଚନାନୁଯାୟୀ ଜବତ ୧୭ ଖଣ୍ଡ ସାଗୁଆନ କାଠ ଗଣ୍ଡି ଯାହାର ଆନୁମାନିକ ମୁଲ୍ୟ ଏକ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ରାଇଘର ବନ ବିଭାଗ ଅଧିକାରୀ ସୂଚନା ଦେଇଥିଲେ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here