ଅପହରଣ ର ତିନିଦିନ ପରେ ଯୁବକ ଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର !

0
169

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କେ. ଖରିଡା ଗ୍ରାମର ଦିପୁ ପାତ୍ର ଅପହରଣ ଘଟଣା l ଅପହରଣର ତିନିଦିନ ପରେ କୋଦଳା ଥାନା ସାତନଳ ଛକ ହ୍ରଦ ନିକଟ ଏକ ବୁଦାରୁ ଠାବହେଲା ଦିପୁ ଙ୍କ କ୍ଷତାକ୍ତ ମୃତଦେହ l କୋଦଳା ପୋଲିସ ମୃତଦେହ ଜବତ କରିବା ସହିତ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଚଳାଇଛି l ଦିପୁ ଗତ ଶୁକ୍ରବାର ଦିନ କୋଦଳା କୋର୍ଟ କୁ କୌଣସି ଏକ ମାମଲା ନେଇ ଆଇନଜୀବୀ ଙ୍କ ସହ କଥା ହୋଇସାରି ନିଜ ଗ୍ରାମକୁ ଫେରିବା ବେଳେ ଜେ. ଛଚିନା ଗ୍ରାମ ନିକଟରୁ ତାଙ୍କୁ ଅପହରଣ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ l ଅପହରଣ ପରେ ଦିପୁ ଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଫୋଟ ଭାଇରାଲ ହୋଇଥିଲା l ତେବେ ଅଭିଯୋଗ ର ତିନିଦିନ ପରେ ଆଜି ଦିପୁ ଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି l ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିବା ବେଳେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାର ତଦନ୍ତ କରୁଛି ପୋଲିସ l

LEAVE A REPLY

Please enter your comment!
Please enter your name here