ପ୍ରବଳ ବର୍ଷା, ରାସ୍ତାରେ ଉପୁଡି ପଡିଥିବା ବିରାଟ ଗଛ ଗୁଡ଼ାକୁ ସଫା କଲେ ଅଗ୍ନିଶମ ବିଭାଗ

0
269

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ଗଜପତି ଜିଲ୍ଲାରେ ବାତ୍ୟା”ଗୁଲାବ”ର ପ୍ରଭାବ ଦେଖିବାକୁ ମିଳିଛି।ଏହାର ପ୍ରଭାବରେ ମୋହନା ଅଞ୍ଚଳରେ ମୋହନା ଠାରୁ ବ୍ରହ୍ମପୁର ଏବଂ ମୋହନା ଠାରୁ ପାରଳାଖେମୁଣ୍ଡି ରାସ୍ତାରେ ବଡ଼ ବଡ଼ ଗଛ ଉପୁଡି ପଡି ରାସ୍ତା ଅବରୋଧ ହୋଇଥିବା ଜାଣି ସ୍ଥାନୀୟ ଥାନା ଅଧିକାରୀ ସୁଜିତ କୁମାର ନାୟକ ଙ୍କ ଉପସ୍ଥିତିରେ ମୋହନା ଅଗ୍ନିଶମ ବିଭାଗ ଅଧିକାରୀ ତାରକାନ୍ତ ମହାପାତ୍ର ସଦଳବଳେ ଘଟଣା ସ୍ଥଳକୁ ଯାଇ ମଧ୍ୟରାତ୍ର ପ୍ରବଳ ବର୍ଷା ସତ୍ୱେ ରାସ୍ତା ସଫା କରିଥିବା ଜଣାପଡ଼ିଛି।ଏହା ସହ ଜିଲାପାଳ ଲିଙ୍ଗରାଜ ପଣ୍ଡା ନିୟମିତ ବ୍ୟବଧାନରେ ବାତ୍ୟା ଜିଲାର ଲୋକଙ୍କ ପାଇଁ ପ୍ରଶାସନ ତରଫରୁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଲୋକଙ୍କୁ ଅନୁରୋଧ କରିଛନ୍ତି।ମୋହନା ବିଡ଼ିଓ ସାର୍ଥକ ସୌରଭ ମହାପାତ୍ର ନିଜ କର୍ମଚାରୀ ମାନଙ୍କୁ ଧରି ପ୍ରତି ପଞ୍ଚାୟତ ବୁଲି ଅସ୍ଥାୟୀ ଆଶ୍ରୟ ସ୍ଥଳ ଗୁଡିକ ରେ ପ୍ରଦାନ କରାଯାଉଥିବା ସୁବିଧାସୁଯୋଗ ବୁଝିବା ସହ ଲୋକଙ୍କୁ ଆଶ୍ରୟ ସ୍ଥଳକୁ ଅଣୁଥିବା ଜଣାପଡିଛି।ବାତ୍ୟା”ଗୁଲାବ”ରେ ମୋହନା ବ୍ଲକରେ କାର୍ଯ୍ୟରତ ସମସ୍ତ ବିଭାଗ ଅଧିକାରୀଙ୍କ ଶୂନ୍ୟ ଜୀବନହାନୀ କୁ ଗୁରୁତ୍ୱ ଦେଇ ଅନ୍ତରିକତାର ସହ କାର୍ଯ୍ୟ କରିଥିବାରୁ ଅଞ୍ଚଳରେ କୌଣସି ଅଘଟଣ ବର୍ତ୍ତମାନ ସୁଦ୍ଧା ଘଟିନ ଥିବା ଜଣାପଡିଛି।ଅଞ୍ଚଳବାସୀ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।ବାତ୍ୟା ର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲଗାତାର ଚାଲିଥିବା ଦେଖିବାକୁ ମିଳୁଛି।ଜିଲାପାଳ ଙ୍କ ନିର୍ଦେଶ ପ୍ରକାରେ ଗଜପତି ଜିଲ୍ଲାରେ ୧୭୧ ଟି ଗ୍ରାମର ୧୫୩ ଟି କେନ୍ଦ୍ରରେ ୭୫୫୬ ଜଣ ଆଶ୍ରୟ ନେଇଥିବା ବେଳେ ସେଥି ମଧ୍ୟରୁ ମୋହନା ବ୍ଲକରେ ୩୨ଟି ଗ୍ରାମର ୩୧ଟି ଆଶ୍ରୟ ସ୍ଥଳରେ ୧୫୭୩ ଜଣ ଆଶ୍ରୟ ନେଇଥିବା ଜଣାପଡିଛି।ଆଶ୍ରୟ ସ୍ଥଳ ଗୁଡିକରେ କରନା ପରୀକ୍ଷା କରାଯାଇଥିଲା ବଡ଼ ଖୁସିର କଥା ସମସ୍ତ ଆଶ୍ରୟ ନେଇଥିବା ବ୍ୟକ୍ତି ମାନେ ନେଗେଟିଭି ଅଛନ୍ତି।

ସ୍ଥାନୀୟ ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା ମଧ୍ୟ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ ସହ ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବାରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।
ଏହା ସହ ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ଦୁର୍ଗମ ଅଞ୍ଚଳ କୁ ଗସ୍ତ କରି ବର୍ଷାର ପ୍ରଭାବ ରେ ଅସୁବିଧାରେ ଏବଂ କଚା ଘରେ ରହୁଥିବା ଲୋକଙ୍କୁ ନିକଟସ୍ଥ ଆଶ୍ରୟ ସ୍ଥଳକୁ ଆଣି ରଖୁଥିବା ଦେଖିବାକୁ ମିଳିଛି।
ମୋହନା ବ୍ଲକ ଜଙ୍ଗଲ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଥିବା ଦେଖିବାକୁ ମିଳୁଛି।
ଜିଲାପାଳ ଙ୍କ ନିର୍ଦେଶ ପ୍ରକାରେ ଗଜପତି ଜିଲ୍ଲାରେ ୧୭୧ ଟି ଗ୍ରାମର ୧୫୩ ଟି କେନ୍ଦ୍ରରେ ୭୫୫୬ ଜଣ ଆଶ୍ରୟ ନେଇଥିବା ବେଳେ ସେଥି ମଧ୍ୟରୁ ମୋହନା ବ୍ଲକରେ ୩୨ଟି ଗ୍ରାମର ୩୧ଟି ଆଶ୍ରୟ ସ୍ଥଳରେ ୧୫୭୩ ଜଣ ଆଶ୍ରୟ ନେଇଥିବା ଜଣାପଡିଛି।

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here