ରୋଟାରୀ କ୍ଲବ ତରଫରୁ ସଙ୍ଗୀତ ପ୍ରତିଯୋଗୀତା

0
240

ବ୍ରହ୍ମପୁର: ପ୍ରେମନଗର ରୋଟାରୀ କ୍ଲବ୍ ପରିସରରେ ରୋଟାରୀ କ୍ଲବ୍ ବ୍ରହ୍ମପୁର ତରଫରୁ ସଂଗୀତ ପ୍ରତିଯୋଗୀତା ୨ଦିନ ଧରି ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ସବ୍ ଜୁନିୟର, ଜୁନିୟର ଓ ସିନିୟର ବିଭାଗର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ବିଚାରକଭାବେ ସଂଗୀତ ନିର୍ଦେଶକ ଯତିନ ଦାସ, ଭଗବାନ ପଣ୍ଡା ଓ କେ. ଶ୍ରୀ ଲକ୍ଷ୍ମୀ ପ୍ରମୁଖ ଯୋଗଦେଇଥିବାବେଳେ ଅତିଥି ସଂଗୀତକାରଭାବେ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ ଯୋଗଦେଇ ଏକ ସଂଗୀତ ପରିବେଷଣ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗୀତାର ସବ୍ ଜୁନିୟର ବିଭାଗରେ ଅନୁକ୍ ସା ଝା ପ୍ରଥମ, ଆୟୁଷ୍ଠାନ ନାୟକ ଦ୍ବିତୀୟ, ସାଇରାମ ଖଡ଼ଗରାୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଜୁନିୟର ବିଭାଗରେ ଆରୟାନ୍ କୁମାର ବେହେରା ଓ କେ.ଅଂଜଳୀ ପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦିବ୍ୟାସା ପଣ୍ଡା ଦ୍ଵିତୀୟ, ସୁବ୍ରତ କୁମାର ହୋତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସିନିୟର ବିଭାଗରେ ଜି.ସଂତୋଷ ଦୋରା ପ୍ରଥମ, ଶୁଭ୍ର ସୌରଭ ବେହେରା ଦ୍ୱିତୀୟ ଓ ଆଦିତ୍ୟ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ବିଜେତା ମାନଙ୍କୁ ନଭେମ୍ବର ୧୪ ତାରିଖ ଶିଶୁ ଦିବସରେ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସଭାପତି ମିହିର ପାଣିଗ୍ରାହୀ, ସମ୍ପାଦକ ଆନନ୍ଦ, ରାଜ୍ ନାରାୟଣ ପାତ୍ର, ଲଳିତ ମଙ୍ଗରାଜ, ସତ୍ୟକାମ, ଇ.ଭେକେଟ ଆନନ୍ଦ, ଇଶ୍ୱର, ମଧୁସୂଦନ, ପ୍ରୀୟଦର୍ଶିନୀ, ମିତେନ ଭୂୟାଁ, ଟି.ସନତ ପାତ୍ରଙ୍କ ସମେତ ବ୍ଲକ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏଠାରେ ବିଚାରକମାନଙ୍କୁ ସମ୍ମାନୀତ କରାଯାଇଥିଲା

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here