ମାଁ ଦୂର୍ଗା ପୂଜା ପାଇଁ ପ୍ରଥମ ଦିନର ଶୁଭାରମ୍ଭ

0
362

ଡାବୁଗାଁ ( ନ୍ୟୁଜ ଏକ୍ସଟ୍ରା)ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ , ମା ଦୁର୍ଗାଙ୍କ ମଣ୍ଡପରେ ଦଶହରା ପାଇଁ ପ୍ରଥମ ଦିନର ଶୁଭାରମ୍ଭ କରାଯାଇଥିଲା । ପ୍ରତିବର୍ଷ ଭଳି ଏହି ଚଳିତ ବର୍ଷ ମଧ୍ୟ ମା ଦୁର୍ଗାଙ୍କ ମଣ୍ଡପରେ କରୋନା କଟକଣା ଭିତରେ ସରକାରଙ୍କ ନିୟମ ଅନୁଯାୟୀ ଦଶହରା ପାଳନ କରାଯିବ। ଉମରକୋଟ ସହରର ବରିଷ୍ଟ ପୂଜାୟତ ଶ୍ରୀ ତ୍ରିନାଥ ମିଶ୍ର ମାଙ୍କ ମଣ୍ଡପରେ ଶୁଭ ମୁହୂର୍ତ୍ତ ବାହାରକରି ଶୁଭ ପକାଇଥିଲେ , ଚଳିତ ବର୍ଷ କର୍ତ୍ତା ଭାବରେ ଶ୍ରୀ ରମେଶ ଦାସ ପୂଜା ମଣ୍ଡପରେ ଉପସ୍ଥିତ ରହିବେ ! ସନ୍ତୋଷୀ ନଗର ପୂଜା କମିଟି ପକ୍ଷରୁ ଉପସ୍ଥିତ ରହିଥିଲେ ।ଦିନବନ୍ଧୁ ଦାସ,ପେଣ୍ଡ୍ରା ରାଓ, ଲଳିତ ସେଠି, ଭି ଜଗଦୀଶ, ଶାନ୍ତୁନୁ ବାହିନୀପତି , ଭି. ବିଜୁ , ବାବୁ ଦଳାଇ, ନମିତା ମଣ୍ଡଳ , ବୁଲୁ ପାତ୍ର, ରମାରାଣୀ ରାୟ, କେ. ରାମ ଲକ୍ଷ୍ମୀ, ରହିନି ରାଜନ୍ ସ୍ଵର୍ଣ୍ଣ ମଣି ସାହା, ମନୋଜ ମହାନ୍ତି, ଶଙ୍କର ରାଓ, ମନୋଜ ଦଳାଇ, ରମେଶ ଦାସ, ଦେବାଶିଷ ବାଲା, ନରେଶ ପଟ୍ଟନାୟକ, ଅଭିଜିତ ମଣ୍ଡଳ, ନିହାଲ୍ ଦାସ, ନଗେଶ ପଟ୍ଟନାୟକ, ଅମିତ୍ ରାୟ, ଭି.ଗୋପି ରାହୁଲ ଯାଦବ, ମୁକେଶ ମିର୍ଦ୍ଧା, ନରତମ ସାହା, ବୁଜି ରାଓ, ପ୍ରମୁଖ ଉପସ୍ଥିତ ରହିଥିଲେ
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here