ମର୍ମତୁତ ସଡ଼କ ଦୃର୍ଘଟଣାରେ ଦୁଇ ମୃତ ଜଣେ ଗୁରୁତର

0
226

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଠାରୁ ୭ କିମି ଦୂର ବାକିଙ୍ଗିଆ ଠାରେ ଏକ ମର୍ମତୁତ ସଡ଼କ ଦୃର୍ଘଟଣାରେ ଦୁଇ ଜଣ ମୃତ ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ଖବର ଅନୁଯାୟୀ ତିନିଜଣ ଯୁବକ ଗୋଟିଏ ପଲସର ବାଇକ(ଓଡ଼ି ୧୨ଡି୬୫୮୯) ରେ ଜି.ଉଦୟଗିରି ଠାରୁ ରାଇକିଆ ଅଭିମୁଖେ ଆସୁଥିବା ବେଳେ ବାକିଙ୍ଗିଆ ଗ୍ରାମ ନିକଟସ୍ଥ ଲେସୁଡିମାହା ଠାରେ ଭାରଶ୍ରମ୍ୟ ହରାଇ ଏକ ଆମ୍ବ ଗଛରେ ପିଟିହୋଇଯାଇଥିଲେ ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣ ଯୁବକ ଗୁମାମାହା ପଞ୍ଚାୟତ ପାଙ୍ଗାନାଜୁ ଗ୍ରାମର ଅଭିଷେକ ନାୟକ ଏବଂ ରାଇକିଆ ପାଜିମାହା ସାହିର କିରଣ ପ୍ରଧାନ ମୃତ୍ୟୁ ବରଣ କରିଥିଲେ। ଅନ୍ୟଜଣେ ଟିକାବାଲି ଗ୍ରାମର ଅମିତ କୁମାର ଦିଗାଳଙ୍କୁ ଗୁରୁତର ଅବସ୍ଥାରେ ରାଇକିଆ ଅଗ୍ନିଶମ ବିଭାଗ ସହାୟତାରେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଅଛି ।

ରିପୋର୍ଟ:ଆଦିତ୍ୟ ପାଢ଼ୀ

LEAVE A REPLY

Please enter your comment!
Please enter your name here