ଗୁଲାବ ର ପ୍ରଭାବ କୁ ନେଇ ନବରଙ୍ଗପୁର ଜିଲ୍ଲା କୁ ଜିଲ୍ଲାପାଳ ରେଡ୍ ଆଲର୍ଟ ଜାରି କରିଛନ୍ତି

0
449

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ର ପ୍ରଭାବ ନେଇ ନବରଙ୍ଗପୁର ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି । ଜିଲ୍ଲାର ୧୦ଟି ବ୍ଲକର ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକତା ଭିତ୍ତିରେ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ଆସୁଛି ବାତ୍ୟା ‘ଗୁଲାବ’, ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଲେ ନବରଙ୍ଗପୁର ଜିଲ୍ଲାପାଳଏଥିପାଇଁ ବ୍ଲକଗୁଡିକରେ ବାତ୍ୟା ନେଇ ସତର୍କ ରହିବା ପାଇଁ ଲୋକଙ୍କୁ ମାଇକ ଯୋଗେ ପରାମର୍ଶ ଦିଆଯାଉଛି । ବର୍ତ୍ତମାନ ଯାଏଁ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅନୁଭୂତ ହୋଇନାହିଁ । କେବଳ ଚତୁର୍ଦିଗରେ କଳା ମେଘ ଢାଙ୍କି ରହିଛି । ଯଦି ଆବଶ୍ୟକ ହୁଏ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତର କରାଯିବ ବୋଲି ସୂଚନା ମିଳିଛି । ସେପଟେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳ ଟିକିଏ ଆଶ୍ବସ୍ତି ଆଣିଦେଇଛି । ଜିଲ୍ଲାର ଏହି ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ୬୪୩ ମିଟର ରହିଛି । ୧ ଅକ୍ଟୋବର ସୁଦ୍ଧା ଜଳଭଣ୍ଡାରରେ ୬୪୧.୫ ମିଟର ରହିବା କଥା କିନ୍ତୁ ଆଜି ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୩୨.୭୭ ମିଟର ରହିଛି ।ତେଣୁ ବାତ୍ୟା ଦ୍ୱାରା ନବରଙ୍ଗପୁର ପ୍ରଭାବିତ ହେବାକୁ ଥିବାବେଳେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳ ନିଷ୍କାସନ କରାଯିବ ନାହିଁ ବୋଲି ଜଣାପଡିଛି । ତେବେ ନଦୀରେ ବିପଦ ସଙ୍କେତ ନଥିବାରୁ ତଳିଆ ଅଞ୍ଚଳବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ ମିଳିଛି । ଜଳ ନିଷ୍କାସନର ସମ୍ଭାବନା କମ ଥିବାରୁ ବର୍ଷାର ପ୍ରଭାବ ଦେଖି ଜଳ ନିଷ୍କାସନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଜଳ ନିଷ୍କାସନ କରାଗଲେ ତଳିଆ ଅଞ୍ଚଳରେ ଥିବା ତେନ୍ତୁଳିଖୁଣ୍ଟି ବ୍ଲକ, ନନ୍ଦାହାଣ୍ଡି ବ୍ଲକ ଓ କୋଶାଗୁମୁଡା ବ୍ଲକ ଦେଇ ପ୍ରବାହିତ ହେଉଥିବା ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଜିଲ୍ଲାରେ ୨ଟି ଓଡ୍ରାଫ୍ ଟିମ ପହଞ୍ଚିବା ସହ ସତର୍କତା ଜାରି କରାଯାଉଛି ବୋଲି କହିଛନ୍ତି ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here