ରାମ୍ପୁଡ଼ି ଗୁଳିକାଣ୍ଡ ଘଟଣା : କାର୍ତ୍ତିକ ନୁହେଁ ପ୍ରକୃତ ହତ୍ୟାକାରୀ ମିଟୁ ଶବର

0
284

ପୋଲସରା : ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡ଼ା ପଞ୍ଚାୟତର ରାମ୍ପୁଡ଼ି ଗ୍ରାମରେ ଗତ ଜାନୁଆରୀ ୨୩ ତାରିଖ ଗୁଳିକାଣ୍ଡ ଘଟଣା ନେଇ ପୋଲସରା ପୋଲିସକୁ ମିଳିଛି ବଡ଼ ସଫଳତା । ଅସଦାଚରଣ ବ୍ୟବହାର ନୁହେଁ ବରଂ ଟଙ୍କା ପାଇଁ ଗୁଳି ଫୁଟିଥିଲା ବୋଲି ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଘଟଣାରେ ବ୍ୟବହୃତ ଦେଶୀ ବନ୍ଧୁକକୁ ଜବତ କରିବା ସହ ଅଭିଯୁକ୍ତ ମିଟୁ ଶବର (୨୦)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୋଲିସର ସୂଚନା ଅନୁସାରେ, ରାମ୍ପୁଡ଼ି ଗ୍ରାମର ମୃତକ କାର୍ତ୍ତିକ ଶବର ଓ ଅଭିଯୁକ୍ତ ମିଟୁ ଶବର ଉଭୟେ ବିଶାଖାପାଟଣାରେ ଶ୍ରମିକ ଭାବରେ କାମ କରୁଥିବା ବେଳେ ରୋଜଗାର କରୁଥିବା ସମସ୍ତ ଟଙ୍କା ମୃତକ କାର୍ତ୍ତିକ ପାଖରେ ରହୁଥିଲା । ମିଟୁ ଶବରଙ୍କ ପାଞ୍ଚ ହଜାର ଟଙ୍କା କାର୍ତ୍ତିକ ଶବର ପାଖରେ ଥିବା ବେଳେ ଗାଁକୁ ଫେରିବା ପରେ ମିଟୁ ଶବରକୁ ଫେରେଇବାକୁ କାର୍ତ୍ତିକ ପ୍ରତିଶ୍ରୁତି ଦେଇଥିଲା । ଘଟଣା ଘଟିବାର କିଛି ଦିନ ପୁର୍ବରୁ ଉଭୟେ ଗାଁକୁ ଫେରିବା ପରେ ମିଟୁ ଶବର ମୃତକ କାର୍ତ୍ତିକକୁ ନିଜର ପାଞ୍ଚ ହଜାର ଟଙ୍କା ମାଗିଥିଲା । ମିଟୁ ବାରମ୍ବାର ଟଙ୍କା ମାଗିବାରୁ ମିଟୁକୁ ମାରିଦେବା ପାଇଁ କାର୍ତ୍ତିକ ଓଲଟା ଧମକ ଦେଇଥିଲା । ଏଥିରେ ଉତକ୍ଷିପ୍ତ ମିଟୁ ଶବର ଏକ ଦେଶୀ ବନ୍ଧୁକ ସାହାଯ୍ୟରେ କାର୍ତ୍ତିକକୁ ଅତି ନିକଟରୁ ଗୁଳି ଚଳାଇ ହତ୍ୟା କରିଥିଲା । ଏନେଇ ମୃତକଙ୍କ ସ୍ତ୍ରୀ ପମିତା ଶବର ଗତ ଜାନୁଆରୀ ୨୪ ତାରିଖରେ ପୋଲସରା ଥାନାରେ ଲିଖିତ ଅଭିଯୋଗ ପରେ ୩୭/୨୨ ପ୍ରକାରେ ଏକ ମାମଲା ରୁଜ୍ଜୁ କରି ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ତଦନ୍ତ ଆରମ୍ଭ କରିଥିଲେ । ମୃତକଙ୍କ ସ୍ତ୍ରୀ ପମିତା ଶବର ପୋଲସରା ଥାନାରେ ଲଡୁ ଶବରଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ରାମ୍ପୁଡ଼ି ଗ୍ରାମର ଲଡ଼ୁ ଶବରଙ୍କ ଝିଅକୁ ମୃତକ କାର୍ତ୍ତିକ ଶବର ଅଶାଳୀନ ବ୍ୟବହାର କରିଥିବା ଯୋଗୁଁ ଲଡୁ ଶବର ନିଜ ସ୍ୱାମୀଙ୍କୁ ଗୁଳିକରି ହତ୍ୟା କରିଥିବା ସନ୍ଦେହ କରି ମୃତକ କାର୍ତ୍ତିକ ଙ୍କ ପତ୍ନୀ ପମିତା ଶବର ଅଭିଯୋଗ କରିଥିଲେ । ମାତ୍ର ପୋଲସରା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ସଠିକ ଅନୁସନ୍ଧାନ କରି ପ୍ରକୃତ ହତ୍ୟାକାରୀ ମିଟୁ ଶବରକୁ ଗିରଫ କରି ହତ୍ୟାର ଫର୍ଦ୍ଦାଫାସ କରିବା ସହ ନିରୀହ ଲଡୁ ଶବରଙ୍କୁ ରକ୍ଷା କରିଥିବା ଯୋଗୁଁ ଲୋକମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here