ନାବାଳିକା ଗାଧେଇବାକୁ ଯାଇ ପାଣିରେ ବୁଡି ମୃତ

0
447

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା କୋସାଗୁମୁଡା ବ୍ଲକ ବାଙ୍କୁଲି ଗ୍ରାମ ପଂଚାୟତ ର ଦେଓଗାଁ ଗ୍ରାମର ସଦା ଗୌଡ଼ ଙ୍କ ଝିଅ ଭମା ଗୌଡ଼(୧୦) ବର୍ଷର ନାବାଳିକା ଝିଅ ତା ସାଙ୍ଗ ସହ ଗ୍ରାମ ପାଖରେ ଥିବା ଚେକ ଡ୍ୟାମ କୁ ତା୨୪/୯ ଅପରାହ୍ନ ୩ ଘଣ୍ଟା ସମୟରେ ଗାଧୋଇବାକୁ ଯାଇ ଥିଲେ।ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ଭମା ପାଣିରେ ଉବୁ ଟୂବୁ ହେବା ଦେଖି ଭୟଭୀତ ହୋଇ ଘରକୁ ଫେରି ତା ସାଥି କଥା ତାଙ୍କ ଘରେ ଜଣାଇବା ପରେ ଗ୍ରାମର ବହୁଲୋକେ ସେହି ଡ୍ୟାମ ପାଣିରେ ଖୋଜା ଖୋଜି କରି ଭମା କୁ ପାଇ ନ ଥିଲେ।ଏଣୁ ବାଧ୍ୟ ହୋଇ କୋସାଗୁମୁଡା ଅଗ୍ନିଶମ ବିଭାଗ କୁ ଖବର ଦେଇ ଥିଲେ।ଖବର ପାଇ ଅଗ୍ନିଶମ ବିଭାଗ କର୍ମ ଚାରି ବହୁ ସମୟ ଧରି ଖୋଜା ଖୋଜି କରି ରାତ୍ରି ୯ ଘଣ୍ଟା ସମୟରେ ନାବାଳିକା ର ମୃତ ଶରୀର ବାହାର କରି ଥାନାକୁ ଖବର ଦେବାକୁ କହି ଥିଲେ।ଆଜି କୋଡିଙ୍ଗା ଥାନାରୁ ଅଧିକାରୀ ଘଟଣା ସ୍ଥଳରେ ପହଂଚି କୋସାଗୁମୁଡା କୁ ନାବାଳିକା ଶବ କୁ ପଠାଇ ସେଠାରେ ଶବ ବ୍ୟବଛେଦ କରାଇବା ପରେ ତାଙ୍କ ପରିବାର କୁ ହସ୍ତାନ୍ତର କରାଇ ଥିଲେ।ଏନେଇ ଅପମ୍ରୁତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରହିଛି।ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନ ପାଖରେ ଦୃଢ ଦାବି କରିଛନ୍ତି।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here