ୱେବ ମେଡ଼ିଆ ସଙ୍ଘ ର ପ୍ରେସ କନଫରେନ୍ସ୍

0
367

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ୱେବ ମେଡ଼ିଆ ସଙ୍ଘ ଜିଲ୍ଲା ସମ୍ପାଦକ. ମିହିର ଶଙ୍କର ପାତ୍ର ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ୱେବ ମେଡ଼ିଆ ସଙ୍ଘର ଆଇନ ପରାମର୍ଶ ଦାତା ଜୟନ୍ତ କୁମାର ପାତ୍ର, ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି,ଗଗନ ଗନ୍ତାୟତ,ସୁଶାନ୍ତ କୁମାର ପଣ୍ଡା,ତରଣି ସେନ ଜେନା ,ସବ୍ୟସାଚୀ ଭରତିୟା,କନ୍ହେଇ ଲାଲ ଗୁପ୍ତା,ରଞ୍ଜନ ସାମଲ,ସିଦ୍ଧାର୍ଥ ଜୋୟେଲ୍ ପ୍ରମୁଖ ଉପସ୍ଥିତ ରହି ସରକାର ସମସ୍ତ ସାମ୍ବାଦିକ ମାନଙ୍କ ଭଳି ୱେବ ସାମ୍ବାଦିକ ମାନଙ୍କୁ ସମାନ ଅଧିକାର ଦେବାକୁ ଦାବି କରିଥିଲେ।ୱେବ ସାମ୍ବାଦିକ ଆଜିର ଖବର ଆଜି ପାଠକ ମାନଙ୍କ ପାଖରେ ପହୁଞ୍ଚାଇବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଗ୍ରମାଞ୍ଚଳରେ ପହଂଚି ଖବର ସଂଗ୍ରହ କରିଥାନ୍ତି।ଖବର ପ୍ରସାରଣ ନ ହେବା ପର୍ଯ୍ୟନ୍ତ ତାଙ୍କର ଉଦ୍ୟମ ଜାରି ରଖିଥାନ୍ତି।ଆଜିର ଯୁଗରେ ମୋବାଇଲ ଖୋଲିଲେ ଦୂର ଦୁରାନ୍ତରର ଖବର ପ୍ରତି ମୁହୂର୍ତ୍ତ ରେ ଆସି ଯାଏ ଏଇ ୱେବ ସାମ୍ବାଦିକ ମାନଙ୍କ ଯୋଗୁଁ।ତେଣୁ ଯେଉଁ ୱେବ ସାମ୍ବାଦିକ ଦିନ ରାତି ପରିଶ୍ରମ କରି ନିୟୁଜ ସଂଗ୍ରହ କରନ୍ତି ଜନ ସାଧାରଣ ରେ ଆଗୁଆ ହୋଇ କାମ କରନ୍ତି,ସରକାର ସେମାନଙ୍କ ପ୍ରତି ସୁ ଦୃଷ୍ଟି ପକାଇ ସେମାନଙ୍କୁ ସମସ୍ତ ସାମ୍ବାଦିକ ମାନଙ୍କ ଭଳି ସମାନ ଅଧିକାର ଦେବାକୁ ସଂଘର ସମ୍ପାଦକ,ବରିଷ୍ଠ ସାମ୍ବାଦିକ ଓ ସଂଘର ଆଇନ ପରାମର୍ଶ ଦାତା ଙ୍କ ସହ ସମସ୍ତ ୱେବ ସାମ୍ବାଦିକ ଦୃଢ ଦାବି କରିଛନ୍ତି।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here