ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଅକାଳ ବିୟୋଗ

0
486

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ କୈଳାସ ପ୍ରଧାନ ଙ୍କ ଗତକାଲି ହୃଦଘାତ ରେ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ହୋଇଥିଲା । ସେ ଜଣେ ସଚ୍ଚୋଟ , ନିଷ୍ଠାପର , କର୍ମଠ, ଉଦାରବାଦି କର୍ମଚାରୀ ଥିଲେ। ନିଜ ଗାଁ କୋରାପୁଟ ଜିଲା ର ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମୁଡ଼ା ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ଗୋଷ୍ଟି ଉନ୍ନୟନ ଅଧିକାରୀ ପଦ୍ମନାଭ ତ୍ରିପାଠୀ , ବ୍ଲକ ର ସମସ୍ତ ପି.ଇ.ଓ ଓ ସମସ୍ତ ସରପଞ୍ଚ ଙ୍କ ସମେତ ବରିଷ୍ଠ ବିଜେଡି ନେତା ନାରାୟଣ ପାତ୍ର,ବିଜେଡି ବ୍ଲକ ସଭାପତି ପ୍ରଫୁଲ୍ଲ ନାଗ, ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀ, ମହିଳା କଂଗ୍ରେସ ସଭାନେତ୍ରୀ ପି.ନାଗରତ୍ନମ ପ୍ରମୁଖ ଦୁଃଖ ରେ ମ୍ରିୟମାଣ ହୋଇପଡ଼ିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here