ନିର୍ମଳଝର ସ୍ଥିତ କାଳିଚରଣ ଭବନ ଠାରେ ଛାତ୍ର ସଂଘ ର ପ୍ରତିଷ୍ଠା ଦିବସ ପାଳିତ

0
234

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଭାରତ ର ସର୍ବପ୍ରଥମ ଓ ବୃହତ୍ତମ ଛାତ୍ର ସଙ୍ଗଠନ ର ୮୬ ତମ ପ୍ରତିଷ୍ଠା ଦିବସ ଆଜି ଖଲ୍ଲିକୋଟ ଠାରେ ପାଳିତ ହୋଇଯାଇଛି ।ଏହି ଅବସରରେ ନିର୍ମଳଝର ସ୍ଥିତ କାଳିଚରଣ ଭବନ ଠାରେ ଛାତ୍ର ସଂଘ ର ଶ୍ୱେତ ଲୋହିତ ପତାକାକୁ ସଙ୍ଗଠନ ର ପୂର୍ବତନ ଜିଲ୍ଲା ସମ୍ପାଦକ ତଥା ଖଲ୍ଲିକୋଟ ଓକିଲ ସଂଘର ପ୍ରାକ୍ତନ ସଭାପତି ସୀମାଞ୍ଚଳ ବେହେରା ଉତ୍ତୋଳନ କରିବା ସହ ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ର ମାନେ ଶିକ୍ଷାର ଘରୋଇ କରଣ ଓ ବ୍ୟବସାୟୀ କରଣ ବିରୋଧ ରେ ବ୍ୟାପକ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆହ୍ୱାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ଛାତ୍ର ନେତା ତଥା ଆଇନଜୀବୀ ଜୟରାମ ଦାଶ, ଛାତ୍ର ସଂଘ ନେତା ଅରବିନ୍ଦ ଗୌଡ଼, ରାଘବ ତାରିଣୀ, ଅନୀଲ ଜେନା, ଟୁନା ଦାସ ପ୍ରମୁଖ ଙ୍କ ସମେତ ବହୁ ସଂଖ୍ୟକ ଛାତ୍ର ସଂଘ ସଦସ୍ୟ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here