ସମ୍ଭାବ୍ୟ ବାତ୍ୟା “ଗୁଲାବ” ନିମନ୍ତେ ଉପଖଣ୍ଡ ପ୍ରଶାସନ ପ୍ରସ୍ତୁତ; ଉପଜିଲ୍ଲାପାଳ

0
277

ଭଞ୍ଜନଗର : କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପର ପ୍ରଭାବରେ ଘୁର୍ଣ୍ଣିବଳୟ ସୃଷ୍ଟି ହେଇ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବାତ୍ୟା ରୂପ ନେବା ସମ୍ଭାବନା ରହିଛି | ଏଥିନିମନ୍ତେ ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫ ରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏ ନେଇ ଶନିବାର ସନ୍ଧ୍ୟାରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏକ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ପଵନର ବେଗ ଘଣ୍ଟା ପ୍ରତି ୭୦ ରୁ ୯୦ ରହିବାର ସମ୍ଭାବନା ଥିବାରୁ ଗଞ୍ଜାମ ଜିଲ୍ଲାକୁ ରେଡ ୱାର୍ଣ୍ଣି ଜାରି କରାଯାଇଛି | ଆଗାମୀ ୨୬ ଏବଂ ୨୭ ତାରିଖରେ ସମ୍ଭାବ୍ୟ ବାତ୍ୟା ଗୁଲାବ ର ପ୍ରଭାଵ ରହିବ ବୋଲି ପୂର୍ବାନୁମାନ କରାଯାଇଛି | ବାତ୍ୟା କୁ ଦୁଷ୍ଟିରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କ ଆଗାମୀ ୪/୫ ଦିନ ପର୍ଯ୍ୟନ୍ତ ନିଜ ନିଜର ସଦର ମହକୁମା ନ ଛାଡିବା ନିମନ୍ତେ କଡା ନିର୍ଦ୍ଧେଶ ରହିଛି । ସମସ୍ତ ବ୍ଲକ, ତହସିଲ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ସମସ୍ତ ବିଭାଗ ବାତ୍ୟା କୁ ସାମ୍ନା କରିବା ନିମନ୍ତେ ସମ୍ପୂର୍ଣ୍ଣ ସଜାଗ ରହିବାକୁ ଶ୍ରୀ ମିଞ୍ଜ ଉପଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ଉପଖଣ୍ଡର ଆସିକା, ସୋରଡ଼ା ଏବଂ ଧରାକୋଟ ର ତଳିଆ ଅଞ୍ଚଳ ରେ ବନ୍ୟା ର ପ୍ରଭାବ ଅଧିକ ରହୁଥିବା ରୁ ପ୍ରଶାସନ ତରଫରୁ ମାଇକ ଯୋଗେ ଜନସାଧାରଣ ଙ୍କୁ ସତର୍କ କରାଯାଉଛି । ସମ୍ଭାବ୍ୟ ବାତ୍ୟାକୁ ନଜର ରେ ରଖି ତଳିଆ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳ କୁ ନେବା ନିମନ୍ତେ ପ୍ରସ୍ତୁତ ରହିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଏହା ଛଡା ଜନସାଧାରଣ ଙ୍କ ନିମନ୍ତେ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପାନୀୟ ଜଳ ଇତ୍ୟାଦି ମହଜୁଦ ରଖିବାକୁ ଅଧିକାରୀ ମାନଙ୍କୁ ଉପଜିଲ୍ଲାପାଳ କହିଛନ୍ତି। ଗର୍ଭବତୀ ମହିଳାଙ୍କୁ ବିଶେଷ ଦୁଷ୍ଟି ଦିଆଯାଇଛି । ସେମାନଙ୍କୁ ମେଡିକାଲ କୁ ସ୍ଥାନାନ୍ତର କରିବା ନିମନ୍ତେ ଟିମ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଫାୟାର ଏବଂ ଏନଡିଆରଏଫ, ଓଡ୍ରାଫ ଟିମ ବନ୍ୟା ବାତ୍ୟା ସ୍ଥଳକୁ ପଠେଇବା ନିମନ୍ତେ ପ୍ରସ୍ତୁତ କରାଯାଇଛି। ବନ୍ୟା ପୂର୍ବରୁ ଏବଂ ପର ଅପରେସନ ରେ ଜଡିତ ଥିବା ବିଭାଗକୁ ପ୍ରସ୍ତୁତ ରହିବା କୁ ନିର୍ଦ୍ଧେଶ ଦିଆଯାଇଛି। ବାତ୍ୟା ର ସ୍ଥିତି ଉପରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି ବୋଲି ରାଜେନ୍ଦ୍ର ମିଞ୍ଜ ଉପଜିଲ୍ଲାପାଳ କହିଛନ୍ତି । ବାତ୍ୟା ର ସ୍ଥିତି କୁ ଦେଖି ବିଭିନ୍ନ କାର୍ଯ୍ୟ ପନ୍ଥା ଅବଲମ୍ବନ କରାଯିବ ବୋଲି ଉପଜିଲ୍ଲାପାଳ କହିବା ସହ ସମସ୍ତ ବିଭାଗ କୁ ହାଇଆଲର୍ଟ ରେ ରଖା ଯାଇଛି। କୌଣସି ଜନ ଜୀବନ କ୍ଷୟକ୍ଷତି ହେବ ନାହିଁ ଏବଂ ଜିରୋ କାଜୁଆଲିଟି ରହିବ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଉପସ୍ଥିତ ରହିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here