ବିପଦର ବନ୍ଧୁ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ମିଳିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର,୫୨ ୟୁନିଟ ରକ୍ତ ସଂଗ୍ରହ

0
297

ଭଞ୍ଜନଗର:ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁର ବାର୍ଷିକ ଉତ୍ସବ ପାଳନ ଅବସରରେ ଏକ ମିଳିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ଆୟୋଜନ କରାଯାଇଥିଲା। ବିଶେଷ କରି ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଇଥିବା ବେଳେ ରକ୍ତ ଅଭାବ ପୂରଣ କରିବା ଲକ୍ଷ୍ୟ ନେଇ ବିପଦର ବନ୍ଧୁ, ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ଓ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା। କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ ଏହି ଶିବିର କୁ ଉଦଘାଟନ କରିଥିବା ବେଳେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର,ପ୍ରାକ୍ତନ ଅଧ୍ୟକ୍ଷ ଡ଼.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,କ୍ଷତ୍ରିୟବରପୁର କଲେଜ ଅଧ୍ୟକ୍ଷ ଗୋବିନ୍ଦ ରାଓ ଏବଂ ଶୂଳପାଣି ଶତପଥି ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।। ଏହି ଶିବିର ରେ ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ଶାଖାର ସଭାପତି ଜୟକୃଷ୍ଣ ପଟ୍ଟନାୟକ ପ୍ରଥମ ରକ୍ତଦାତା ଭାବେ ରକ୍ତଦାନ କରିଥିଲେ। ସେହିପରି ସୋରଡା,ଜଗନ୍ନାଥପ୍ରସାଦ,ବେଲଗୁଣ୍ଠା ଓ ଭଞ୍ଜନଗର ଅଞ୍ଚଳର ବହୁ ନୂତନ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଉତ୍କଳ ସାମ୍ବାଦିକ ସଂଘର ଉପ ସଭାପତି ପ୍ରଦୀପ ସ୍ଵାଇଁ, ସଦସ୍ୟ ଚିନ୍ମୟ କୁମାର ବେବର୍ତ୍ତା, ରାଜେଶ କୁମାର ପଣ୍ଡା,ଅନୀଲ ସେଠୀ,ସୌମ୍ୟଜିତ ପ୍ରଧାନ ଓ ସୁଜିତ ବିଷୋୟୀଙ୍କ ସମେତ ବହୁ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ। ଶିବିର ରେ ମୋଟ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଆମ ଓଡ଼ିଶା ପ୍ରତିନିଧି ବିଶ୍ବମ୍ବର ଜେନା,ୟୁଜେଏ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ,ସଂଘର ସମ୍ପାଦକ ରବୀନ୍ଦ୍ର ଗୌଡ଼, ସହ ସମ୍ପାଦକ ନିଲୁ ବିଷୋୟୀ, କୋଷାଧ୍ୟକ୍ଷ ଭବାନୀ ପାଳ, ବ୍ଲକ ସଂଯୋଜକ ନଚିକେତା ପ୍ରଧାନ,ମନୋଜ ଗୌଡ଼, ଜଗନ୍ନାଥ ପ୍ରଧାନ, ଆଶିଷ ଗୌଡ଼, ଧନଞ୍ଜୟ ପଟ୍ଟନାୟକ,ଅଞ୍ଚଳର ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର ଓ ବିପଦ ବନ୍ଧୁ ସଙ୍ଗଠନର ସ୍ବେଚ୍ଛାସେବୀ ପ୍ରଦୀପ ଜେନା, ଅରକ୍ଷିତ ପରିଛା, ରାଜେଶ ପରିଡା,ଵିକ୍ରମ ପଣ୍ଡା, ସୁକାନ୍ତ ଦିଗାଲ, ସିପୁନ ପାତ୍ର, ଚିନ୍ମୟ ପୋଲେଇ,ପ୍ରଣୟ ରଞ୍ଜନ ଦାଶ,ଶିବରାମ ପ୍ରଧାନ, ଶୁଭମ ପ୍ରଧାନ,କରୁଣାକର ମହାପାତ୍ର,ମୁନା ସେଠି,ପ୍ରଶାନ୍ତ କୁମାର ରାଉତ,ବବୃବାହାନ ଦଳେଇ, ସିତୁନ୍ ସେଠୀ, କାହ୍ନୁ ଭୂୟାଁ, ଶାନ୍ତନୁ ଭୂୟାଁ,ବାବୁଲା ଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଭଞ୍ଜନଗର ରକ୍ତ ଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ ।

LEAVE A REPLY

Please enter your comment!
Please enter your name here