ରବୀନ୍ଦ୍ର ମଣ୍ଡପରେ ନାଚିଲେ ବ୍ରହ୍ମପୁର ଉତ୍କଳିକା ନୃତ୍ୟାନୁଷ୍ଠାନର ଶିଳ୍ପୀ

0
312

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଭୁବନେଶ୍ଵର ର ରବୀନ୍ଦ୍ର ମଣ୍ଡପ ଠାରେ ମଙ୍ଗଳବାର ପରମ ପୂଜ୍ୟ ଗୁରୁଶ୍ରୀ ଦେବ ପ୍ରସାଦ ଦାସ ଙ୍କ ସ୍ମୁତି ରେ ଶ୍ରଦ୍ଧାଞ୍ଜଳି ସମାରୋହ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ବ୍ରହ୍ମପୁର ଗୋଇଲୁଣ୍ଡି ସ୍ଥିତ ଉତ୍କଳିକା ନୃତ୍ୟାନୁଷ୍ଠାନ ର ଗୁରୁ ଶେଖର ସୁମନ ମାଝୀ ଙ୍କ ସମେତ ୫ ଜଣ ନୃତ୍ୟ ଶିଳ୍ପୀ ଯୋଗଦେଇଥିଲେ । ସେମାନେ ଓଡ଼ିଶୀ ଶୁଦ୍ଧ ନୃତ୍ୟ ମୋକ୍ଷ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ତେଣୁ ସଭିଙ୍କୁ ମାନ ପତ୍ର ସହ ଗୁରୁ ମାଝୀ ଙ୍କୁ ସମ୍ମାନିତ କରାଯାଇଥିଲା। ଶିଳ୍ପୀ ଙ୍କ ଭିତରେ ଏନ୍. ସୁଷ୍ଟିଶ୍ରୀ , ଅଙ୍କିତା ଦାଶ, ପୁନ୍ୟଶ୍ରୀ ମିଶ୍ର, ଅଭିରାମ ବାରିକ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ବହୁ ନୃତ୍ୟ ଅନୁଷ୍ଠାନ ର ଶିଳ୍ପୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here