ଓଟିଭି ରିପୋର୍ଟର ଅରିନ୍ଦମ ଦାସଙ୍କ ବିୟୋଗରେ ପ୍ରେସ୍ କ୍ଳବ,ବେଲଗୁଣ୍ଠାର ଶୋକ

0
273

ବେଲଗୁଣ୍ଠା: ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି ।ଆଜି କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ।ଅରିନ୍ଦମ ଜଣେ ନିର୍ଭିକ,ଦୁଃସାହସିକ ସାମ୍ବାଦିକ ଥିଲେ ବୋଲି ମତ ଦେଇଥିଲେ ।ଖୁବ୍ କମ୍ ସମୟ ମଧ୍ୟରେ ନିଜ ବିଚକ୍ଷଣ ଶବ୍ଦଚାତୁରୀ ଉପସ୍ଥାପନା ବଳରେ ଓଡିଶାର ଘରେ ଘରେ ପରିଚିତ ଥିଲେ ବୋଲି ଆଲୋଚନା ହୋଇଥିଲା ।ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗ୍ରାଉଣ୍ଡ ଜିରୋରୁ ଖବର ପରିବେଷଣ କରି ଟିକିନିଖି ବର୍ଣ୍ଣନା କରି
ନିଜର ସାହାସିକତାର ପରିଚୟ ଦେଉଥିଲେ ।ଆଜି ମଧ୍ୟ ମହାନଦୀରେ ଫସିଥିବା ହାତୀଙ୍କୁ ଉଦ୍ଧାର କରିବା ପାଇଁ ଏବଂ ନଦୀ ଗର୍ଭରୁ ଖବର ପରିବେଷଣ ପାଇଁ ଓଡ୍ରାଫ୍ ଟିମ୍ ସହିତ ଯାଇଥିବା ବେଳେ ବୋଟ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅରିନ୍ଦମଙ୍କ ଅକାଳ ବିୟୋଗ ଘଟିଛି ।ଏହକୁ ଓଡ଼ିଶା ଗଣମାଧ୍ୟମ ଚିରଦିନ ପାଇଁ ମନେ ରଖିବ ବୋଲି ସଦସ୍ୟ ମାନେ ପ୍ରକାଶ କରିବା ସହିତ ଅରିନ୍ଦମଙ୍କ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା ।ଅରିନ୍ଦମଙ୍କ ଅମରାତ୍ମାଙ୍କ ସଦ୍ଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ସଭାପତି ଶ୍ରୀ ପାତ୍ରଙ୍କ ସମେତ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ ମହାନ୍ତି, ସହ ସମ୍ପାଦକ ସରୋଜ ଶତପଥୀ, ସୁଶାନ୍ତ ବେହେରା,ବିଭୁପାଦ ଜେନା, ଚନ୍ଦନ ସାହୁ, ରାଜେଶ ପାତ୍ର,ମାଧବ ଚନ୍ଦ୍ର ଆପଟ, ସନ୍ତୋଷ ବିଷୋୟୀ, ଶିଶିର ସ୍ୱାଇଁ, ଶିବପ୍ରସାଦ ମହାପାତ୍ର, ସଚିନ୍ ପୁରୋହିତ, ସୁଧାଂଶୁଶେଖର ବିଷୋୟୀ, ପଞ୍ଚାନନ ସାହୁ,ଜଗନ୍ନାଥ ନାୟକ,ଶିବରାମ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here