ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଙ୍କ ଅକାଳ ବିୟୋଗ

0
346

ଭୁବନେଶ୍ୱର: ଓଡ୍ରାଫ୍ ବୋଟ ଦୁର୍ଘଟଣାରେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ । ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି।କଟକ ନରାଜର ମୁଣ୍ଡଳୀ ନିକଟରେ ହାତୀ ଉଦ୍ଧାର ଖବର ଦେବାକୁ ଯାଇଥିଲେ ହେଲେ ହାତୀ ଉଦ୍ଧାର ଅପରେସନ ବେଳେ ବୋଟଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here