ଅବ୍ୟବସ୍ଥାରେ ଗଞ୍ଜାମର ପଶୁ ଡାକ୍ତରଖାନା,ସୁଧାରିବା ଦାବୀ କଲା କଂଗ୍ରେସ

0
323

ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲା ର ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ଯାଇଥିବା କଥା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଦାସୀନତା ଅବଲମ୍ବନ କରି ଆସୁଛନ୍ତି l କରୋନା ସମୟରେ ଗଞ୍ଜାମ ଜିଲ୍ଲାର ହସ୍ପିଟାଲ ଗୁଡ଼ିକର କଥା କଥିକ ମିଛ ବିକାଶର ନଗ୍ନ ଚିତ୍ର ଲୋକମାନେ ଦେଖି ପାରିଲେ l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ତଥା ବ୍ରହ୍ମପୁର ର ପଶୁ ଡାକ୍ତରଖାନା ଗୁଡିକ ର ଅବସ୍ଥା ବିଷୟରେ ଜାଣିବା ପାଇଁ ବ୍ରହ୍ମପୁର ର ଜଣା ଶୁଣା ଆଇନଜୀବି ତଥା କଂଗ୍ରେସ ନେତା ଶ୍ରୀ ପୀତବାସ ପଣ୍ଡା ସୂଚନା ଅଧିକାର ଆଇନ ଆଧାରରେ ପାଇଥିବା ତଥ୍ୟ ଅନୁଯାଇ ବ୍ରହ୍ମପୁର ସହରରେ ଚାରି ଜଣ ପଶୁ ଡାକ୍ତର ରହିବା ପ୍ରତିବଦଳରେ ଜଣେ ମାତ୍ର କାମ କରୁଛନ୍ତି l ସମଗ୍ର ଗଞ୍ଜାମ ଜିଲ୍ଲାରେ 81ଜଣ ପଶୁ ଡାକ୍ତର ରହିବା ପ୍ରତି ବଦଳରେ ମାତ୍ର 58 ଜଣ ଡାକ୍ତର ଅଛନ୍ତି l ଏହାସହ ସମଗ୍ର ଗଞ୍ଜାମ ଜିଲ୍ଲାରେ 241ଜଣ ଫାର୍ମାସିଷ୍ଟ (lives stock inspector)ରହିବା ପ୍ରତି ବଦଳରେ ମାତ୍ର 130ଜଣ ଫାର୍ମାସିଷ୍ଟ ଅଛନ୍ତି l ବ୍ରହ୍ମପୁର ସହରରେ ଜୀବଜନ୍ତୁ ମାନଙ୍କ ଚିକିତ୍ସା ପାଇଁ ସରକାରଙ୍କ ତରଫରୁ ଗୋଟିଏ ଜରୁଳି କାଳୀନ ଆମ୍ବୁଲାନ୍ସ ସେବା କାମ କରୁଥିବା ମଧ୍ୟ ସୂଚନା ଆଇନରୁ ପ୍ରକାଶ ପାଇଛି l ଦୁର୍ଭାଗ୍ୟର କଥା ଏହି ଆମ୍ବୁଲାନ୍ସଟି କେବଳ ନିଦ୍ଧିଷ୍ଟ ସମୟ ମଧ୍ୟରେ ହିଁ କାମ କରେ l ସକାଳ 8ଘଣ୍ଟା ରୁ ଦିନ 1ଘଣ୍ଟା ଏବଂ ଦିନ 2ଘଣ୍ଟା ଠାରୁ ସନ୍ଧ୍ୟା 6ଘଣ୍ଟା ପର୍ଯ୍ୟନ୍ତ କାମ କରୁଥିବା ଏହି ଆମ୍ବୁଲାନ୍ସଟି ରାତ୍ରୀ ସମୟରେ ପଶୁପକ୍ଷୀଙ୍କ ଜରୁଳି କାଳୀନ ସେବା ଯୋଗାଇବାରେ ବ୍ୟବହାର କରା ଯାଉନାହିଁ, ଏବଂ ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ଖବରରୁ ଜଣା ଯାଇଛି ଯେ ଗତ 5ବର୍ଷ ମଧ୍ୟରେ ବ୍ରହ୍ମପୁର ରେ ରାତ୍ରୀ ସମୟରେ ଦୁର୍ଘଟଣା ତଥା ଜରୁଳି କାଳୀନ ସେବା ଆବଶ୍ୟକ ପଡୁଥିବା କୌଣସି ଗୋଟିଏ ମଧ୍ୟ ଜୀବଯାନ୍ତୁ ମାନଙ୍କୁ ଆମ୍ବୁଲାନ୍ସ ଦ୍ଵାରା ପଶୁ ଡାକ୍ତରଖାନାକୁ ଅଣା ଯାଇନାହିଁ l ସବୁଠାରୁ ଦୁର୍ଭାଗ୍ୟର କଥା ଗତ 5ବର୍ଷ ଭିତରେ ଗାଈ, କୁକୁର, ଛେଳି, ମାଙ୍କଡ଼, ଷଣ୍ଡ, ଗୋରୁ, ମଇଁଷି, ହରିଣକୁ ଛାଡିଦେଲେ ବ୍ରହ୍ମପୁର ପଶୁ ଡାକ୍ତରଖାନ ରେ ଅନ୍ୟ କୌଣସି ଜୀବଜନ୍ତୁ ଚିକିତ୍ସା ପାଇନାହାନ୍ତି l
ଅତଏବ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାରେ ପଶୁ ସମ୍ପଦ ବିପଦରେ ଥିବା ଓ ସରକାର ପଶୁ ହସ୍ପିଟାଲ ଗୁଡିକର ରକ୍ଷଣ ବେକ୍ଷଣ ପ୍ରତି ଉଦାସୀନତା କୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ନେତା ତଥା ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ନିନ୍ଦା କରିବା ସହିତ ଅବ୍ୟବସ୍ଥା ର ଶୀଘ୍ର ସୁଧାରିବା ପାଇଁ ଦାବୀ କରିଛନ୍ତି l

LEAVE A REPLY

Please enter your comment!
Please enter your name here