ଗଛକୁ ଧକ୍କା ଦେଲା ବାଇକ୍ , ୨ ଆହତ, ଜଣେ ଗୁରୁତର

0
352

ବେଗୁନିଆପଡ଼ା : ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ. ବରିଡା ନିକଟସ୍ଥ ରାସ୍ତାରେ ଏକ ଗଛକୁ ବାଇକ୍ ଧକ୍କା ଦେବା ଫଳରେ ବାଇକ୍ ଆରୋହୀ ଗୁରୁତର ଆହତ ହେବା ସହ ପଛରେ ବସିଥିବା ବ୍ୟକ୍ତି ଆହତ ହୋଇଛନ୍ତି । ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ପାଇକପଡା ଗ୍ରାମର ବୁଲା ଡାକୁଆ (୩୪) ଏବଂ ବୁଗୁଡାର କାହ୍ନୁ ଚରଣ ଡାକୁଆ ମିଶି ଏକ ବାଇକ(ଓ ଡି ୩୨ -୩୧୪୮) ରେ କେ .ବରିଡା ପଟରୁ ବେଗୁନିଆପଡା ଅଭିମୁଖେ ଆସୁଥିବା ବେଳେ କେ. ବରିଡା ପୋଖରୀ ବାଙ୍କ ଠାରେ ଭାରସାମ୍ୟ ହରାଇ ନିକଟସ୍ଥ ଗଛକୁ ପିଟି ଦେଇଥିଲେ । ଆରୋହୀ ବୁଲାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପଛରେ ବସିଥିବା ବ୍ୟକ୍ତି କାହ୍ନୁ ମଧ୍ୟ ଆହତ ହୋଇଛନ୍ତି । ଉଭୟେ ପ୍ରବଳ ମଦ୍ୟପାନ କରି ଗାଡ଼ିରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉଭୟଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କୋଦଳା ଓ ପରେ ବ୍ରହ୍ମପୁର ପଠାଯାଇଥିବା ବେଳେ ବେଗୁନିଆପଡା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିଛି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here