୮୦ ବର୍ଷ ବୟସରେ ବିଶିଷ୍ଟ ଶିକ୍ଷାବିତ୍ ରାମେଶ୍ୱର ଗୌଡ଼ଙ୍କ ପରଲୋକ

0
270

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ ନାଟଙ୍ଗା ପଞ୍ଚାୟତର ଵାଲିଭାଗ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ୍ ରାମେଶ୍ୱର ଗୈାଡଙ୍କ ୮୦ ବର୍ଷ ବୟସରେ ବ୍ରହ୍ମପୁର ବଡ଼ ମେଡିକାଲ ଠାରେ ଆଜି ଅପରାହ୍ନ ୪ ଘଟିକା ସମୟରେ ପରଲୋକ ହୋଇଯାଇଛି । ସ୍ଵର୍ଗତ ଗୌଡ଼ ଜଣେ ସୁଲେଖକ, କବି, ସାହିତ୍ୟିକ ଭାବେ ଘୁମୁସର ଅଞ୍ଚଳରେ ସୁପରିଚିତ ଥିଲେ । ଛାତ୍ର ବତ୍ସଳ ଶିକ୍ଷକ ସ୍ଵର୍ଗତ ଗୌଡ଼ ସମଗ୍ର ଘୁମୁସର ଅଞ୍ଚଳରେ ଶିକ୍ଷା ସହ ଅନେକ ଅନୁଷ୍ଠାନ ତଥା ନିର୍ଭର, ବିଶ୍ଵଭାରତୀ, ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ, ସମ୍ବାଦ ସାହିତ୍ୟ ଘରର କର୍ମକର୍ତ୍ତା ତଥା ସକ୍ରିୟ ସଦସ୍ୟ ଥିଲେ। ସେ ଅନେକ କବିତା ଲେଖିଥିଲେ । ଅଦ୍ୟାବଧି ତାଙ୍କର ୩ ଖଣ୍ଡ ଉଚ୍ଚକୋଟୀର ତଥା ଉପାଦେୟ କବିତା ପୁସ୍ତକ ପ୍ରକାଶ ପାଇ ପାଠକ ଆଦୃତି ଲାଭ କରିପାରିଛି । ଶିକ୍ଷକ ଜୀବନରୁ ଅବସର ଗ୍ରହଣ କଲା ପରେ ସ୍ଵର୍ଗତ ଗୌଡ ସକ୍ରିୟ ରଜନୀତିରେ ପାଦ ଦେଇ ବିଜୁ ଜନତା ଦଳର ପଞ୍ଚାୟତ ସଭାପତି ଭାର ସମ୍ଭାଳିଥିଲେ I ଏହା ସହିତ ସେ ଗୌଡ ସମାଜର ସଭାପତି ଭାବେ ମଧ୍ଯ ଦାୟିତ୍ୱ ତୁଲାଇ ବିଭିନ୍ନ ସମାଜ ମଙ୍ଗଳ ତଥା ସଂସ୍କାରମୂଳକ କାର୍ଯ୍ୟ କରିଥିଲେ I ତାଙ୍କର ମୃତ୍ୟୁ ସମୟରେ ତାଙ୍କର ୩ ପୁତ୍ର ଶମ୍ବୁପ୍ରସାଦ, ଶଶୀଭୂଷଣ, ଶ୍ରୀକାନ୍ତ ଏବଂ ୪ ଝିଅ, ଜ୍ୱାଇଁ, ପତ୍ନୀ ,ନାତି ନାତୁଣି ଉପସ୍ଥିତ ଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ବିଶ୍ୱ ଭାରତୀ ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକ, କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ, ଵିଭୁପାଦ ଜେନା, ଗୋପାଳ ଚନ୍ଦ୍ର ଲେଙ୍କା, ଅଭିମନ୍ୟୁ ପଣ୍ଡା, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ହୃଷିକେଶ ଲେଙ୍କା, ସୁରେଶ ଚନ୍ଦ୍ର ପଣ୍ଡା, ସୂର୍ଯ୍ୟ ନାରାୟଣ ଗୈାଡ,ତାରେଶ୍ବର ପାତ୍ର, ବୈଦ୍ୟନାଥ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଜଙ୍ଗଲ ପରିବେଶ୍ ମନ୍ତ୍ରୀ ବିକ୍ରମ କେଶରୀ ଆରୂଖ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକ, ବେଲଗୁଣ୍ଠା ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳେଇ, ସମ୍ପାଦକ ଡକ୍ଟର୍ ରତ୍ନ ସାଗର ମଲ୍ଲିକ୍, ସହ ସମ୍ପାଦକ ଶିଶିର କୁମାର ସ୍ୱାଇଁ, ଡକ୍ଟର୍ ସନ୍ତୋଷ ମହାରଣା, ବରିଷ୍ଠ ନାଗରିକ ମଞ୍ଚ ଅଧ୍ୟକ୍ଷ ନିକୁଞ୍ଜ ଖଣ୍ଡୁଆଳ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି I ସ୍ଵର୍ଗତ ଗୌଡ଼ାଙ୍କ ମରଶରୀରକୁ ନିଜ ପୈତୃକ ଗ୍ରାମ ପରିକ୍ରମା ପରେ ନିଜ ଗ୍ରାମ ଶ୍ମଶାନରେ ଅନ୍ତେଷ୍ଠିକ୍ରିୟା ସମାପନ ହୋଇଥିଲା । ତାଙ୍କ ଜ୍ୟେଷ୍ଠ ପୁତ୍ର ଶମ୍ଭୁ ପ୍ରସାଦ ମୁଖାଗ୍ନି ଦେଇଥିଲେ I ମିଷ୍ଟଭାଷୀ ଶ୍ରୀ ଗୌଡ଼ାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I

LEAVE A REPLY

Please enter your comment!
Please enter your name here