ଡ଼ହ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

0
302

ଭଞ୍ଜନଗର:ଉତ୍ତର ଘୁମୁସର ବନଖଣ୍ଡ ର ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨,ସାଇଟ ସେଭରସ୍ ଇଣ୍ଡିଆ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଭଞ୍ଜନଗର ବ୍ଲକ ଡୁମାକୁମ୍ପା ପଂଚାୟତର ଡହ ବନ ବିଭାଗ କାଯ୍ୟାଳୟ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ହୋଇଯାଇଛି। ଏହାକୁ ବନାଞ୍ଚଳ ପ୍ରକଳ୍ପ ବିଷୟ ବସ୍ତୁ ବିଶେଷଜ୍ଞ ଶାନ୍ତନୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଶିବିରରେ ୯୫ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି। ସେଥି ମଧ୍ୟରୁ ପରଳ ରୋଗୀ ୫୦ ଜଣ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କୁ ଚଷମା ପ୍ରଦାନ ଓ ଅଧିକ ଚିକିତ୍ସା ପାଇଁ ୨୨ଜଣଙ୍କୁ ଚକ୍ଷୁ ହସ୍ପିଟାଲ ପଠାଯାଇଛି। ଏଥି ସହିତ ଅପରେସନ ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟ କୁ ୨୯ଜଣଙ୍କୁ ନିଆଯାଇଛି। ବନ ବିଭାଗ ପକ୍ଷରୁ ଡହ ବନପାଳ କୃଷ୍ଣ ଚନ୍ଦ୍ର ସ୍ୱାଇଁ,ବନରକ୍ଷୀ ସନ୍ତୋଷ ପାତ୍ର,ସୁଶୀଲ କୁମାର ରାଉତ ,ଏସଏମ୍ଏସ ର କାହ୍ନୁ ଚରଣ ସାହୁ,ସଂଯୋଜକ ସୁନୀଲ କୁମାର ପଣ୍ଡା,ମଧୁସୂଦନ ସ୍ୱାଇଁ,ଭଗବାନ ସାହୁ,ପଙ୍କଜିନି ଭଦ୍ରା ଉପସ୍ଥିତ ରହି ସହଯୋଗ କରିଥିଲେ। ଶଙ୍କର ଚକ୍ଷୁ ଚିକିତ୍ସା ପକ୍ଷରୁ କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼,ଅନୀଲ ସାହୁ, ଟିକି ସ୍ୱାଇଁ, ଲିଜା ଚୌଧୁରୀ,ଇପିଲି ସକିଲ୍ ପ୍ରମୁଖ ଚକ୍ଷୁ ପରୀକ୍ଷଣ କରିଥିଲେ। ସମସ୍ତ ରୋଗୀ ଙ୍କ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବା ସହ ଔଷଧ, ଚଷମା ମାଗଣରେ ଦିଆଯାଇ ଥିବା କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼ କହିଛନ୍ତି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here