ସାଂସଦ ଙ୍କ କାର୍ଯ୍ୟକଳାପ କୁ ନେଇ ଜିଲ୍ଲା ବାସୀ ଗର୍ବ ଅନୁଭବ

0
481

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ସାଂସଦ କାର୍ଯ୍ୟକଳାପ କୁ ନେଇ ଜିଲ୍ଲା ବାସି ଗର୍ବ ଅନୁଭବ କରନ୍ତି । ସାଂସଦ ରମେଶ ମାଝୀ ସବୁ ବେଳେ ନିଜ ନିର୍ବାଚନ ମଣ୍ଡଳୀର ଲୋକ ଙ୍କ ସମସ୍ୟା କୁ ବୁଝିଥାନ୍ତି ତେଣୁ ଲୋକ ମାନେ ସାଂସଦ ଙ୍କୁ ଭଲ ପାଆନ୍ତି। ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ ଏବଂ ବର୍ତ୍ତମାନ ସାଂସଦ ହୋଇଥିବା ରମେଶ ମାଝି ଙ୍କୁ ଅଂଚଳ ର ଲୋକ ମାନେ ଅଞ୍ଚଳର ଉନ୍ନତି ପାଇଁ ସବୁବେଳେ ନିର୍ବାଚନ ରେ ଜିତାଇ ଲୋକ ପ୍ରତିନିଧି କରିଛନ୍ତି । ତେବେ ଏବେ କିଛି ଏଭଳି କାର୍ଯ୍ୟକୁ ନେଇ ପ୍ରଶଂସା ର ପାତ୍ର ପାଲଠିଛନ୍ତି ସାଂସଦ ରମେଶ ମାଝୀ। ଗତ କାଲି ଉମରକୋଟ ମୁନିସିପାଲଟି ର ୧୨ ନମ୍ବର ୱାର୍ଡ ରେ ବିଜୁଜନତା ଦଳ ତରଫରୁ ଏକ ମିଶ୍ରଣ ପର୍ବ କରାଯାଇଥିଲା । ସେଥିରେ ମୁଖ୍ୟ ଅତିଥି ଭାବରେ ସାଂସଦ ଯୋଗ ଦେଇଥିଲେ । ତେବେ ସାଂସଦ ୱାର୍ଡ ରେ ଥିବା ସମସ୍ୟା ବିଷୟରେ ଲୋକ ଙ୍କୁ ପଚାରିବାରୁ ୱାର୍ଡ ବାସିନ୍ଧା ମାନେ ସେଠାକାର ମଶାଣି କୁ ଯିବା ପାଇଁ ରାସ୍ତା ନଥିବା ଅଭିଯୋଗ କରିଥିଲେ ତେବେ ସଂଗେ ସଂଗେ ସାଂସଦ ରାସ୍ତା ପାଇଁ ପ୍ରତିଶ୍ରୁତି ଦେଇ ଆଜି ସକାଳ ୭ଟା ସମୟରେ ଗ୍ରାମବାସୀ ଙ୍କ ସହ ସ୍ଥାନୀୟ ମଶାଣି କୁ ଚାଲିଚାଲି ଯାଇଥିଲେ ଓ ମଶାଣି ର ରାସ୍ତା ବହୁତ ଖରାପ ଥିବାରୁ ଉମରକୋଟ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସହ ଆଲୋଚନା କରି ରାସ୍ତା କାମ ଏକ ମାସ ମଧ୍ୟରେ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ କାର୍ଯ୍ୟ ରେ ନଗର ସଭାପତି କୈଳାସ ନାୟକ , ଟୁଟୁ ଭାଇ, ବିଷମ ଭାଇ ଓ ସମସ୍ତ ୱାର୍ଡ ର ବସିନ୍ଧା ଉପସ୍ଥିତ ରହିଥିଲେ।ତେବେ ସାଂସଦ ଙ୍କ ଏଭଳି କାର୍ଯ୍ୟ କୁ ଗ୍ରାମବାସୀ ପ୍ରଶଂସା କରିଥିଲେ ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here