ଜମିକୁ ପାଣି ପାଇଁ ଡ୍ରେନ ସଫା କଲେ ଚାଷୀ

0
249

ଭଞ୍ଜନଗର: ଚାଷୀଙ୍କ ଜମିକୁ ଘୁଷୁରୀଗଡ଼ିଆର ଜଳ ପଂହଁଚିବା ପାଇଁ ନିର୍ମାଣ କରାଯାଇଥିବା ଡ୍ରେନରେ ଲତାବୁଦା ମାଡିଯିବା ସହ ବିଭିନ୍ନ ଆବର୍ଜନାରେ ଭରପୁର ହୋଇ ପଡ଼ିଥିବା କାରଣରୁ ଜଳ ପ୍ରବାହିତ ହୋଇପାରୁ ନଥିଲା । ଯାହା ଫଳରେ ଚାଷୀଙ୍କ ଜମି କୁ ପାଣି ପଂହଁଚିବାରେ ଅସୁବିଧା ହେଉଥିଲା। ଏଣୁ ବାଧ୍ୟ ହୋଇ ଜଗନ୍ନାଥ ପ୍ରସାଦ ବ୍ଳକ ପ୍ରତାପୁର ଗ୍ରାମର କିଛି ଚାଷୀ ହାତରେ କୋଡ଼ି କୋଦାଳ ଧରି ଡ୍ରେନକୁ ସଫା କରିବାରେ ଲାଗିପଡିଥିବା ଦେଖିବାକୁ ମିଳିଥିଲା । ପ୍ରତାପୁର ଗାଁ ମୁଂହ ଦେଇ ଏହି ଡ୍ରେନ ଟି ଯାଇଥିବା ବେଳେ ଏଥିରେ ଗାଁ ର ସମସ୍ତ ମଇଲା ପକାଇବ ସହ ଏହି ଡ୍ରେନକୁ ମୁକ୍ତ ଆକାଶ ପାଇଖାନା ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏଥିରେ ଆବରଣ ନଥିବା କାରଣରୁ ଗୋରୁଗାଈ ମନେ ମଧ୍ୟ ପଡିଯିବା ଭୟ ରହିଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି । ବର୍ଷା ଦିନ ପୂର୍ବରୁ ଡ୍ରେନ ସଫେଇ କାର୍ଯ୍ୟ ହୋଇନଥିବାରୁ ଏବେଚାଷୀ ଅସନ୍ତୋଷ ବୃଦ୍ଧି ପାଇଛି । ବର୍ଷାର ଲୁଚକାଳି ଖେଳ ଯୋଙ୍ଗୁ ଜମିରେ ଏବେ ପୁଣି ପାଣି ଅଭାବ ଦେଖାଦେଥିବା ବେଳେ ଚାଷୀଙ୍କୁ ଏବେ ପାଣିଚିନ୍ତା ଘାରିଛି ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here