ଛୁରା ମାଡରେ ଯୁବକ ଗୁରୁତର

0
287

ବେଗୁନିଆପଡା:କୋଦଳା ଥାନା ଅନ୍ତର୍ଗତ ଫାଶୀ ଗ୍ରାମରେ ଛୁରାମାଡରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ସେହି ଗ୍ରାମର ପ୍ରଶାନ୍ତ ନାହାକ । ଗତକାଲି ରାତିରେ ସେହି ଗ୍ରାମର ନାରାୟଣ ପ୍ରଧାନଙ୍କ ଘରେ ପ୍ରଶାନ୍ତ ପହଁଚିବା ପରେ ପୂର୍ବ ଶତ୍ରୁତାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ସହ ହତାହାତି ଉପରକୁ କଥା ଯାଇଥିଲା । ଏହା ପରେ ନାରାୟଣଙ୍କ ଛୁରୀ ମାଡରେ ପ୍ରଶାନ୍ତ ଗୁରୁତର ଆହତ ହୋଇଥିଲେ। ଖବର ପାଇ କୋଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ପ୍ରଶାନ୍ତଙ୍କୁ ପ୍ରଥମେ କୋଦଳା ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଆଘାତ କରିଥିବା ନାରାୟଣ କୋଦଳା ଥାନାରେ ଅଟକ ରହିଛି। ରିପୋର୍ଟ ଲେଖିବା ସୁଦ୍ଧା ଏତଲା ହୋଇନଥିବା ପୋଲିସ ପ୍ରକାଶ କରିଛି।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here