କାଳିଆ ହତ୍ୟା ଘଟଣାରେ ୩ ଗିରଫ

0
339

ବେଗୁନିଆପଡା: ଗତକାଲି ସକାଳେ କୋଦଳା ଖଦାଳ ସାହିର କାଳୁ ଚରଣ ନାହାକ (୪୦) ନିଜ ସାଙ୍ଗ ସାଗର ସହ ମରାଠୀ ସାହିକୁ କୌଣସି କାମରେ ଯାଇ ଆସୁଥିବା ବେଳେ ରାସ୍ତାରେ ସଂଘବଦ୍ଧ ଭାବରେ ଆକ୍ରମଣ ହୋଇଥିଲା । କୁନା ଦାସ,ତାଙ୍କ ଭାଇ ରଙ୍କ ଓ ଡାକଙ୍କ ସମେତ ଅନ୍ୟମାନେ ଆକ୍ରମଣ କରିବା ପରେ ଘଟଣା ସ୍ଥଳରେ କାଳୁ ମୃତ୍ୟୁବରଣ କରିବା ସହ ସାଗର ଆହତ ହୋଇଥିଲ । ଏହା ପରେ କାଳୁଙ୍କ ସମ୍ପର୍କୀୟ ଡାକ ଦାସଙ୍କ ଘରେ ନିଆଁ ଲଗାଇବା ସହ ରାସ୍ତାରୋକ କରିଥିଲେ । ଘଟଣା ପରେ ପୋଲିସ ହେପାଜତରେ ଆସାମୀ ପଡ଼ିଥିଲେ। ୨୦୧୧ ମସିହାରେ ଗୁଣି ଗରେଡି ସନ୍ଦେହରେ ଡାକଙ୍କ ବାପା ଗଣପତି ଦାସଙ୍କୁ କାଳୁ ଓ ତାଙ୍କ ସମ୍ପର୍କୀୟ ହତ୍ୟା କରିବା ପରେ ସେବେ ଠାରୁ ମାମଲା ରୁଜୁ ହୋଇ ୧୮ ଜଣଙ୍କ ନାମରେ କେଶ ଚାଲିଥିଲା। ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଡାକ ଓ ତାଙ୍କ ଭାଇ କାଳୁକୁ ହତ୍ୟା କରିଛନ୍ତି ବୋଲି ସେମାନେ ପ୍ରକାଶ କରିଛନ୍ତି। ଘଟଣା ଘଟିବା ପରେ ସାଗର ଦାସ ଡାକ ଦାସ, ରଙ୍କ ଦାସ, କୁନା ଦାସ,ହର୍ଷ ଦାସ, ଶୁକ ଦାସ ଓ ମୌସୁମୀ ଦାସଙ୍କ ନାମରେ ଏତଲା ହେବ ପରେ ଏତଲାକୁ ଭିତ୍ତି କରି ଆଇ ପି ସି ଧାରା ୪୮୬,୩୪୧,୩୨୪,୨୯୪,୩୦୨,୩୦୭,୫୦୬ ଓ ୩୪ ଅନୁସାରେ ଆଜି କୁନା,ଡାକ ଓ ରଙ୍କଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here