ମହିଳା ଙ୍କୁ ବ୍ଳେଡ୍ ରେ ଆକ୍ରମଣ କରି ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ୍:ତିନି ଗିରଫ

0
277

ବେଲଗୁଣ୍ଠା:ବେଲଗୁଣ୍ଠା ଥାନା ଅନ୍ତର୍ଗତ ପଥରାପଲ୍ଲୀ ଗ୍ରାମର ଜଣେ ମହିଳାଙ୍କୁ ବ୍ଳେଡ୍ ରେ ଆକ୍ରମଣ କରି ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ୍ କରିଛି ବେଲଗୁଣ୍ଠା ପୋଲିସ ।ଘଟଣାରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରିବା ସହିତ ଲୁଟ୍ ସୁନା,ବ୍ୟବହୃତ ବ୍ଳେଡ୍ ଓ ଗୋଟିଏ ସ୍କୁଟି ଜବତ ହୋଇଥିବା ଜଣାପଡିଛି ।ପୋଲିସ ସୁତ୍ରରୁ ମିଳିଥିବା ସୂଚନା ପ୍ରକାରେ, ବେଲଗୁଣ୍ଠା ଥାନା ଅନ୍ତର୍ଗତ ସୁଲୋଚନା ଦଳେଇ ରାସ୍ତା ନିକଟରେ ପିଜୁଳି ବିକ୍ରି କରୁଥିବା ସମୟରେ ଘଟଣାର ଦୁଇଦିନ ପୁର୍ବରୁ ଅଭିଯୁକ୍ତ ମାନେ ତାଙ୍କୁ ନଜର ରଖିଥିଲେ ଏବଂ ସେ ପିନ୍ଧିଥିବା ସୁନା ଲୁଟ୍ କରିବା ପାଇଁ ଯୋଜନା କରୁଥିଲେ ।ଗତ ୧୦ ତାରିଖ ଦିନ ସେମାନେ ସୁଲୋଚନା ନିକଟରୁ ପିଜୁଳି କିଣିବା ପାଇଁ ଯାଇଥିଲେ ଏବଂ ୪୦ ଟଙ୍କାର ପିଜୁଳି ମାଗିଥିଲେ ।ସୁଲୋଚନା ପିଜୁଳି ଦେବା ପରେ ଦୁଇଟି ପଲିଥିନ୍ ରେ ଦୁଇ ଭାଗ କରିବା ପାଇଁ ଅଭିଯୁକ୍ତ ମାନେ ସୁଲୋଚନା ଙ୍କୁ କହିଥିଲେ ।ସୁଲୋଚନା ପଲିଥିନ ଆଣିବା ପାଇଁ ଘରକୁ ଗଲା ବେଳେ ଆଗରୁ ଲୁଟ୍ ଯୋଜନା କରିଥିବା ଦୁର୍ବୁର୍ତ ମାନେ ତାଙ୍କୁ ପଛରେ ଯାଇ ଏକ ଧାରୁଆ ବ୍ଳେଡ୍ ରେ ସୁଲୋଚନା ଙ୍କୁ ଆକ୍ରମଣ କରି ସେ ପିନ୍ଧିଥିବା ଦୁଇଟି ସୁନା ମୁଦି ଓ ହଳେ କାନର ଲୁଟ୍ କରି ଫେରାର୍ ହୋଇଯାଇଥିଲେ ।ସୁଲୋଚନା ଗୁରୁତର ଆହତ ହୋଇଥିଲେ ।ପରେ ସୁଲୋଚନା ପରିବାର ଲୋକେ ସୁଲୋଚନା ଙ୍କୁ ଉଦ୍ଧାର କରି ବେଲଗୁଣ୍ଠା ପୋଲିସ କୁ ଖବର ଦେଇଥିଲେ ।ସୁଲୋଚନା ଙ୍କ ପୁତୁରା ବାପି ଦଳାଇଙ୍କ ଅଭିଯୋଗ ପ୍ରକାରେ, ବେଲଗୁଣ୍ଠା ପୋଲିସ ୨୫୪/୨୧ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଥିଲେ ।ତଦନ୍ତକାରୀ ଅଧିକାରୀ ତଥା ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁ ପାରିପାର୍ଶ୍ବିକ ପରିସ୍ଥିତି ଉପରେ ନଜର କରି ମୋବାଇଲ ଟ୍ରାକିଂ କରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିଲେ ।ଗିରଫ ଅଭିଯୁକ୍ତ ମାନେ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡି ଗ୍ରାମର କୃଷ୍ଣ ଚନ୍ଦ୍ର ବେହେରା ଓରଫ୍ ବାବୁ,ବୋରୀର ନିମା ପାଲୁର ଏବଂ ଆସ୍କା ଥାନା ଅନ୍ତର୍ଗତ ଆସ୍କା ବଜାର ସାହିର ଆର୍.ସୁରେନ୍ଦ୍ର ରେଡ୍ଡୀ ।ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ଦୁଇଟି ସୁନା ମୁଦି,ହଳେ କାନର ,ଲୁଟ୍ ରେ ବ୍ୟବହୃତ ସ୍କୁଟି, ବ୍ଳେଡ୍ ଓ ତିନୋଟି ମୋବାଇଲ ଜବତ ହୋଇଛି ।ଭାରତୀୟ ପିଙ୍ଗଳ କୋଡ୍ ୩୯୪ ଅନୁସାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।
ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here