ବେଗୁନିଆପଡା ବ୍ଲକରେ “ମୋ ନିବେଦନ” କାର୍ଯ୍ୟକ୍ରମ ଉଦଘାଟିତ, ଦ୍ଵିତୀୟ ଦିନରେ ଦୁଇ ପଞ୍ଚାୟତବାସୀ ଅଭିଯୋଗ କଲେ l

0
690

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗ୍ରାମାଞ୍ଚଳରେ ଉପୁଜିଥିବା ବିଭିନ୍ନ ସମସ୍ୟା ସମାଧାନ ସକାସେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୋ ନିବେଦନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି l ତାଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଓ ସାଙ୍କୁଡା ପଞ୍ଚାୟତରେ ଶୁକ୍ରବାର ଦିନ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି “ମୋ ନିବେଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହାକୁ ବିଡ଼ିଓ ଅରୁଣ କୁମାର ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଏ ବି ଡି ଓ ପ୍ରଦୀପ କୁମାର ପଣ୍ଡା, କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ,ସୁମଣ୍ଡଳ ସରପଞ୍ଚ ସନ୍ତୋସିନି ସାହୁ, ସମିତି ସଭ୍ଯା ସଷ୍ଟମl ସ୍ୱାଇଁ, ଯୋଗାଣ ନିରୀକ୍ଷକ ପୂରଞ୍ଜୟ ସାହୁ, ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ କେ.ରାମା ରାଓ, ବ୍ଲକ ଜନ ମଙ୍ଗଳ ଅଧିକାରୀ ସୁନୀଲ କୁମାର ମିଶ୍ର,ଡବ୍ଲୁ.ଇଓ ସୁମିତ୍ରା ସାହୁ, ସlଙ୍କୁଡା ସରପଞ୍ଚ ସନ୍ତୋଷ କୁମାର ସାହୁ , କୃଷି ବିଭାଗ, ଉଦ୍ୟାନ ବିଭାଗ ସମେତ ବ୍ଲକ ଓ ଉଭୟ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ l ସୁମଣ୍ଡଳ ରେ ୨୩୧ ଟି ଓ ସାଙ୍କୁଡାରେ ୨୦୩ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ସାଧାରଣତଃ ରେସନ କାର୍ଡ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଆବାସ ଗୃହ, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ଯୋଗାଣ, ଭୋଟର ତାଲିକା ସଂଶୋଧନ ଆଦି ସମସ୍ୟା ଉପରେ ଅଭିଯୋଗ ହୋଇଥିବା ବେଳେ ସୁମଣ୍ଡଳର ପଞ୍ଚଇ ସାମଲଙ୍କୁ ପୁଅ ମାନେ ଖାଇବାକୁ ଦେଉନଥିବା ଅଭିଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here