କନ୍ଧମାଳରେ ଗୁଳି ଫୁଟିଲା : ଘରେ ପଶି ଗୁଳି କରି ବ୍ୟବସାୟୀ କୁ ହତ୍ୟା : ଦୁବୁର୍ତ୍ତ ଫେରାର

0
272

ବାଲିଗୁଡ଼ା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ ଗ୍ରାମରେ ଗୁରୁବାର ରାତି ୮ଟା ସମୟରେ ନବଘନ ସାହୁ ନାମକ ଜଣେ ବ୍ୟବସାୟୀ ଙ୍କ ଘରେ ପଶି ଗୁଳି କରି ହତ୍ୟା ହୋଇଥିବା ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପଡ଼ିଶା ଘରେ ରହୁଥିବା ଭୀମ ବେହେରା ନାମକ ଜଣେ ଯୁବକ ହଠାତ ଘର ଭିତରେ ପଶି ଏକ ଦେଶୀ ବନ୍ଧୁକ ରେ ନବଘନ ର ଛାତି କୁ ଗୁଳି କରି ହତ୍ୟା କରିଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ l ନବଘନକୁ ସଙ୍ଗେ ସଙ୍ଗେ ବାଲିଗୁଡା ମେଡିକାଲକୁ ଅଣାଯାଇଥିଲା, ସେଠାର କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି l ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଅବ୍ୟାହତ ରଖିଛି l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here