ବେଆଇନ ବାଲି ଚାଲାଣ ଅଭିଯୋଗ ରେ ଜଣେ ଗିରଫ, ଟ୍ରାକଟର ଜବତ

0
544

ଆସିକା(ଜଗନ୍ନାଥ ସାହୁ ) ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଗବନାଳ ନଦୀ ରୁ ବେଆଇନ ବାଲି ଚାଲାଣ ଅଭିଯୋଗ ରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଗବନାଳ ଗ୍ରାମର ବିଦେଶୀ ରାଉତ ଙ୍କୁ ଗିରଫ କରିବା ସହ ଚାଲାଣ ରେ ବ୍ୟବହୃତ ଟ୍ରାକ୍ଟର ଜବତ କରାଯାଇଛି | ସୂଚନା ଅନୁଯାୟୀ ଅଭିଯୁକ୍ତ ବିଦେଶୀ ବିଭିନ୍ନ ସମୟରେ ଗବନାଳ ନଦୀ ରୁ ବାଲି ନେଇ ଚାଲାଣ କରୁଥିଲା |ଏ ନେଇ କୌଣସି ସୂତ୍ରରୁ ଖବର ପାଇ ଆସିକା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବିଦେଶୀ କୁ ଗିରଫ କରାଯିବା ସହିତ କେଶ ନଂ 135/21 ରେ ମାମଲା ରୁଜୁ କରା ଯାଇ ଦଫା 379/420, ଆଇପିସି 12 ଅନୁସାରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି |

LEAVE A REPLY

Please enter your comment!
Please enter your name here