କଳିଙ୍ଗ ଜ୍ୟୋତିର ସ୍ୱର୍ଗତ ସାମ୍ବାଦିକଙ୍କ ପତ୍ନୀଙ୍କୁ ମିଳିଲା ୧୫ ଲକ୍ଷ ଟଙ୍କାର ଚେକ

0
258

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକର ପୂର୍ବତନ ପ୍ରତିନିଧି ରତ୍ନାକର ମହାରଣା କୋଭିଡ ସଂକ୍ରମଣ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଦେହତ୍ୟାଗ କରିଥିଲେ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଗଞ୍ଜାମର ୭ ଜଣ ଦିବଂଗତ ସାମ୍ବାଦିକଙ୍କ ପରିବାର କୁ ଦେବାକୁ ଅର୍ଥ ମଞ୍ଜୁରୀ ହୋଇ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ପଠାଇ ଥିଲେ। ସେପ୍ଟେମ୍ବର ୧୫ ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ୭ ଜଣ ଦିବଂଗତ ସାମ୍ବାଦିକ ଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ଏହି ୭ ଜଣଙ୍କ ମଧ୍ୟରେ କଳିଙ୍ଗ ଜ୍ୟୋତି ର ପୂର୍ବତନ ବୁଗୁଡା ପ୍ରତିନିଧି ସ୍ବର୍ଗତ ରତ୍ନାକର ମହାରଣାଙ୍କ ଧର୍ମପତ୍ନୀ ନୟନୀ ମହାରଣାଙ୍କୁ ଗଞ୍ଜାମ ଜିଲ୍ଳାପାଳ ମହୋଦୟ ୧୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here