ଭଞ୍ଜନଗରରେ ଜିଲ୍ଲା ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ,ବିକାଶର ରୋଲ ମଡେଲ ସାଜିଛି ଗଞ୍ଜାମ

0
314

ଭଞ୍ଜନଗର : ଭଞ୍ଜନଗର ସ୍ଥିତ ଜଳ ସେଚନ ବିଭାଗ ଡାକ ବଙ୍ଗଳା ପଡ଼ିଆରେ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ଗଞ୍ଜାମ ଜିଲ୍ଲା ନବୀନ ବାବୁଙ୍କ ନିଜ ନିର୍ବାଚନୀ ଜିଲ୍ଲା ହୋଇଥିବା ବେଳେ ଏହା ସାରା ରାଜ୍ୟ ପାଇଁ ବିକାଶର ରୋଲ ମଡେଲ ସାଜିଛି ବୋଲି କହିଥିଲେ। ଏଥିସହ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ୍ ଯୋଗଦେଇ ବୁଥ୍ ସ୍ତରରୁ ସଙ୍ଗଠକୁ ସୁଦୃଢ କରିବା ପାଇଁ ସଦସ୍ୟ ସଂଗ୍ରହ ଚଳିତ ମାସ ଶେଷ ମଧ୍ୟରେ ସାରିବାକୁ କହିବା ସହ ଜିଲ୍ଲା ପରିଷଦ ଜୋଥନ୍ ସ୍ତରରେ ଲୋକଙ୍କ ନିକଟରେ ପହଁଞ୍ଚି ବିଭିନ୍ନ ସରକାରଙ୍କ ବିକାଶ ମୁଖୀ ଯୋଜନା ଏବଂ ସାମାଜିକ ସୁରକ୍ଷା ସୁଫଳ ଜନସାଧାରଣଙ୍କ ନିକଟରେ ଉପସ୍ଥାପନା କରିବା ପାଇଁ କହିଥିଲେ। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଦଳ ଶାସନରେ ଓଡ଼ିଶାର ଭୌାଗଳିକ,ସାମାଜିକ ସହ ଆର୍ଥିକ ଅଭିବୃଦ୍ଧି ଘଟିଛି। ଶିକ୍ଷା ପାଇଁ ସ୍ମାର୍ଟ କ୍ଳାସ୍,ସ୍ବାସ୍ଥ ସେବା ପାଇଁ ୬ ଟି ନୂତନ ମେଡିକାଲ୍ କଲେଜ ସହ ବିଜୁ ସ୍ବାସ୍ଥ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଆଦି ହାତକୁ ନିଆଯାଇଛି। ଏଥିସହ କୋଭିଡ ପରିଚାଳନା ସହ ମାଗଣା କୋଭିଡ ଚିକିତ୍ସା ଯୋଗାଇବାରେ ଓଡ଼ିଶା ସାରାଦେଶ ଏକମାତ୍ର ରାଜ୍ୟ। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ମତଭେଦ ଭୁଲି ୨୨ ଟି ବ୍ଳକ୍,୬୯ ଟି ଜିଲ୍ଲାପରଷଦ ଜୋନ୍ ଏବଂ ୧୬ଟି ପୌରାଞ୍ଚଳରେ ବିଜେଡିକୁ ବିଜୟ କରି ଗଞ୍ଜାମ ଜିଲ୍ଲାକୁ ବିଜେଡିର ଅଭେଦ୍ୟ ଗଡରେ ପରିଣତ କରିବାକୁ ସେ ଆହ୍ବାନ ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ କୃଷି ମହାବିଦ୍ୟାଳୟ,ଗୋପାଳପୁର-ରେଢାଖୋଲ ଓ ବ୍ରହ୍ମପୁର-ରାୟଗଡା,ରେଲ ୱାଗନ୍ କାର୍ଯ୍ୟକ୍ଷମ,ରେଳ କୋଚ ନିର୍ମାଣ,ସମୁଦ୍ର କୂଳରେ ମାଛ ଧରା ବନ୍ଦର ବ୍ରହ୍ମପୁରରେ ବିମାନ ବନ୍ଦର ସ୍ଥାପନ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା। ସାନଖେମୁଣ୍ଡି ପର୍ଯ୍ୟବେକ୍ଷକ ଅନନ୍ତ ନାରାୟଣ ଜେନା,କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ,ଆସିକା ସାଂସଦ ପ୍ରମିଳା ବିଷୋୟୀ,ଜିଲ୍ଲାର ସମସ୍ତ ବିଧାୟକ ଦଳୀୟ ସଙ୍ଗଠନକୁ ତୃଣମୂଲ ସ୍ତରରୁ ସୁଦୃଢ କରିବା ପାଇଁ ଆଲୋଚନା କରିଥିଲେ। ଏହି କାର୍ଯ୍ୟକାରିଣୀ ବୈଠକ ରେ ବହୁ ପୂର୍ବତନ ବିଧାୟକ,ବ୍ଳକ୍ ଓ ଏନଏସି ଅଧ୍ୟକ୍ଷ,ବିଜୁ ଯୁବ,ଛାତ୍ର ଓ ମହିଳା କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ସଭା କାଯ୍ୟ ସଂଯୋଜନା କରିଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here