ଲକଡାଉନ ଅବମାନନା ; ଦୁଇ ଦୋକାନ ସିଲ କଲା ପ୍ରଶାସନ

0
238

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଦିନକୁ ଦିନ କୋଭିଡ ସଂକ୍ରାନ୍ତଙ୍କ ଗ୍ରାଫ ବୃଦ୍ଧି ପାଇବା ସତ୍ୱେ ସାଧାରଣ ଜନତା ଏବଂ ବ୍ୟବସାୟୀ ମାନେ ସଚେତନ ହେଉନାହାନ୍ତି | ଆଜି ଏମିତି ବ୍ୟତିକ୍ରମ ଦେଖିବାକୁ ମିଳିଛି ସୋରଡ଼ା ରେ | ଧାର୍ଯ୍ୟ ସମୟ ସକାଳ 6 ଘଣ୍ଟା ଠାରୁ 12 ଘଣ୍ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବା ନିମନ୍ତେ ନିର୍ଦେଷ ରହିଛି | କିନ୍ତୁ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ସୋରଡ଼ା ଗସ୍ତ କାଳରେ ସହରର ଦୁଇ ଗୋଟି ଦୋକାନ କୁ ଲକ ଡାଉନ ଅବମାନନ କରିଥିବା ଯୋଗୁଁ ସାତ ଦିନ ନିମନ୍ତେ ସିଲ କରିଛନ୍ତି | ସାଧାରଣ ଜନତା କିମ୍ବା ଦୋକାନୀ ଲକ ଡାଉନ ତଥା କୋଭିଡ ନିୟମ କୁ ଯଦି ସଠିକ ଭାବେ ପାଳନ ନ କରନ୍ତି ତେବେ ଆଗକୁ ଅବମାନନା କାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି | ଯଦି ଆମେ ସତର୍କ ହେବା ତେବେ ଯାଇଁ କରୋନା ବିରୁଦ୍ଧ ଲଢେଇ ରେ ଆମେ ବିଜୟୀ ହେଇପାରିବ ବୋଲି ଶ୍ରୀ ମିଂଜ଼ କହିଛନ୍ତି | ଭଞ୍ଜନଗର ଉପଖଣ୍ଡ ରେ ସୁସ୍ଥ ହେବା ହାର ଶତକଡା 56 ଭାଗ ରହିଛି | ଯଦି କୌଣସି ଜଣସାଧରଣଙ୍କ ପାଖରେ କିଛି ବି ଲକ୍ଷଣ ଦେଖିବାକୁ ପାଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ, ଯଦି ଆମେ ପ୍ରାରମ୍ବିକ ପର୍ଯ୍ୟାୟରେ ପ୍ରତିକାର କରିବା ତେବେ ନିଶ୍ଟିତ ଭାବେ ଆମେ ସୁସ୍ଥ ରହିବା | କଳା ବଜାରୀକୁ ରକିବାକୁ ଉପଜିଲ୍ଲାପାଳ ଅତିରିକ୍ତ ଯୋଗାଣ ଅଧିକାରୀ ଭଞ୍ଜନଗର କୁ ଅସାଧୁ ବ୍ୟବସାୟୀଙ୍କ ଉପରେ ତୀକ୍ଷଣ ରଖବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଷ ଦେଇଛନ୍ତି |ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳଙ୍କ ସହ ସୋରଡ଼ା ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର, ସୋରଡ଼ା ଏନଏସି କାର୍ଯ୍ୟନିର୍ବାହ ଅଧିକାରୀ ଦୁତିକୃଷ୍ଣ ପାତ୍ର ଏବଂ ଏନଏସି, ତହସିଲ, ଥାନା କର୍ମଚାରୀ ଉପସ୍ଥିତ ଥିଲେ |

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here