ହସ କ୍ଲବର ସଦସ୍ୟ ବାଳକୃଷ୍ଣ ରାଜଗୁରୁଙ୍କ ପରଲୋକ

0
797

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ଗିରିରୋଡ ନିବାସୀ ଅବସର ପ୍ରାପ୍ତ ବିଏସଏନଏଲ ଅଧିକାରୀ ଶ୍ରୀଯୁକ୍ତ ବାଳକୃଷ୍ଣ ରାଜଗୁରୁଙ୍କ ଶୁକ୍ରୁବାର ଦିନ ବିଳମ୍ବିତ ରାତିରେ ପରଲୋକ ଘଟିଛି | ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ | ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ହୋଇଛି | ଶନିବାର ଦିନ ତାଙ୍କ ମର ଶରୀର ଗିରିରୋଡ଼ ସ୍ଥିତ ତାଙ୍କ ବାସ ଭବନକୁ ଅଣାଯାଇଥିଲା |
ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମ ପତ୍ନୀଙ୍କ ସହ ଦୁଇ ଝିଅ ଉପସ୍ଥିତ ଥିଲେ | ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ | ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା | ସେ ବ୍ରହ୍ମପୁର ହସ କ୍ଲବ ଏବଂ ଅର୍ଜୁନ ହସ କ୍ଲବର ସକ୍ରିୟ ସଦସ୍ୟ ଥିଲେ | ପାରଳାଖେମୁଣ୍ଡିରେ ଜନ୍ମିତ ରାଜଗୁର ଜଣେ ମିଷ୍ଟଭାଷୀ,ପରପୋକାରୀ ,ଧର୍ମ ପରାୟଣ ଓ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଥିଲେ | ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |ଶନିବାର ଦିନ ବିଳମ୍ବିତ ରାତିରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି |

LEAVE A REPLY

Please enter your comment!
Please enter your name here