ସରକାରୀ କର୍ମଚାରୀଙ୍କ ବିଦେଶ ଗସ୍ତ ଉପରେ ଥିବା କଟକଣା ହଟିଲା

0
579

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସରକାରୀ କର୍ମଚାରୀଙ୍କ ବିଦେଶ ଗସ୍ତ ଉପରେ ରହିଥିବା କଟକଣାକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି। ଏଣିକି ବ୍ୟକ୍ତିଗତ କାରଣରୁ ସରକାରୀ କର୍ମଚାରୀମାନେ ବିଦେଶ ବୁଲିବାକୁ ଯାଇପାରିବେ। ଏଥିପାଇଁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ ନାହିଁ। ସରକାରଙ୍କ ସମସ୍ତ ବର୍ଗର କର୍ମଚାରୀଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ । ବିଭାଗ ପକ୍ଷରୁ କୁହାଯାଇଛି ଯେ, ବେସାମରିକ ବିମାନ ଚଳାଚଳ ସେବାରେ ଉଲ୍ଲେଖନୀୟ ସୁଧାର ଆସିଥିବାରୁ ଏବେ ବ୍ୟକ୍ତିଗତ କାରଣରୁ ବିଦେଶ ଯିବା ଏକ ସାଧାରଣ କଥା । ଦଶହରା ପୂଜାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସଂଶୋଧିତ ଗାଇଡଲାଇନ୍ ଜାରି ହୋଇଛି । ପୂର୍ବରୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ୨୦୦୭ ମସିହାରେ ଏକ ନିର୍ଦ୍ଦେଶନାମା ଅନୁଯାୟୀ ସର୍ବଭାରତୀୟ ସେବାର ଅଫିସରମାନେ ଯଦି ବ୍ୟକ୍ତିଗତ କାରଣରୁ ବିଦେଶ ଗସ୍ତରେ ଯାଇପାରିବେ। ସେମାନଙ୍କୁ ଅନୁମତି ନେବାର ଆବଶ୍ୟକତା ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର କ,ଖ,ଗ ଏବଂ ଘ ବର୍ଗର କର୍ମଚାରୀଙ୍କ ବିଦେଶ ଗସ୍ତ ପାଇଁ ସରକାରୀ ଅନୁମତିର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତେଣୁ ସରକାରୀ କର୍ମଚାରୀମାନେ ଛୁଟିରେ ରହି ବ୍ୟକ୍ତିଗତ କାରଣରୁ ବିଦେଶ ଗସ୍ତରେ ଯାଇପାରିବେ। କିନ୍ତୁ ସରକାରୀ କାର୍ଯ୍ୟରେ ବିଦେଶ ଗସ୍ତ କିମ୍ବା ବିଦେଶୀ ସଂସ୍ଥାର ନିମନ୍ତ୍ରଣକ୍ରମେ ବିଦେଶ ଗସ୍ତ କରିବା ପାଇଁ ପୂର୍ବଭଳି ଅନୁମତି ନେବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here