ଘୋଷଣା ହେଲା ବିଜେଡିର ପଦାଧିକାରୀ ତାଲିକା

0
454

ଭୁବନେଶ୍ୱର:ବିଜୁ ଜନତା ଦଳର ସାଂଗଠନିକ ସ୍ତରରେ ଅଦଳ ବଦଳ ହୋଇଛି । ୮ଜଣଙ୍କୁ ବରିଷ୍ଠ ଉପସଭାପତି ଓ ୯ଜଣଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଛି । ସଞ୍ଜୟ ଦାସବର୍ମା ହୋଇଛନ୍ତି ଦଳୀୟ ମୁଖ୍ୟାଳୟର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି କରିଛନ୍ତି ନବୀନ ପଟ୍ଟନାୟକ।

ବରିଷ୍ଠ ଉପ ସଭାପତି ତାଲିକାରେ ଅଛନ୍ତି ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟଶାଣୀ, ପ୍ରଫୁଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲ ବିହାରୀ ହିମିରିକା, ଅନନ୍ତ ଦାସ ଓ ବିମ୍ବାଧର କୁମାର । ସେହିଭଳି ଉପସଭାପତି ଲିଷ୍ଟରେ ରହିଛନ୍ତି ମଙ୍ଗଳ କିସାନ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ବିକ୍ରମ କେଶରୀ ଆରୁଖ, ଉଷା ଦେବୀ, ପ୍ରମିଳା ମଲ୍ଲିକ, ବଦ୍ରି ନାରାୟଣ ପାତ୍ର, ପ୍ରଦୀପ କୁମାର ଅମାତ ଓ ପଦ୍ମନାଭ ବେହେରା ।

ଉପସଭାତିଙ୍କୁ ଯାଥାକ୍ରମେ ଜନଜାତି ଶସକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଓଡ଼ିଶା-ମୋ ପରିବାର, ପରିବେଶ, ସାମାଜିକ ବିକାଶ, ମହିଳା ସଶକ୍ତିକରଣ, ଆଞ୍ଚଳିକ ବିକାଶ, ସଶକ୍ତ ଓଡ଼ିଶା ଓ ଏସ୍‌.ସି ବିକାଶ ଭଳି ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ।

LEAVE A REPLY

Please enter your comment!
Please enter your name here