ବାସହୀନକୁ ସ୍ଥାନାନ୍ତରିତ କଲେ ବେଲଗୁଣ୍ଠା ବିଡ଼ିଓ

0
277

ବେଲଗୁଣ୍ଠା:ଗତ ୩ ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।ଚାଳଛପର ଘରେ ରହୁଥିବା ଲୋକଙ୍କ ଅବସ୍ଥା କହିଲେ ନ ସରେ ।ବେଲଗୁଣ୍ଠା ପ୍ରଶାସନ ଦ୍ୱାରା କିଛି ବାସହୀନ ଓ ଚାଳଛପର ଘରେ ରହୁଥିବା ଲୋକମାନଙ୍କୁ ବାତ୍ୟାଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର ମନ୍ଦାର ଓ ପାଟୁଳୀସାହିରେ ପହଞ୍ଚି ମନ୍ଦାରର ୩ଟି ପରିବାର ଓ ପାଟୁଳୀସାହିର ୨ ଟି ପରିବାରର ମୋଟ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ମନ୍ଦାରସ୍ଥିତ ବହୁମୁଖୀ ବାତ୍ୟାଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରିଛନ୍ତି ।ସେଠାରେ ସେମାନଙ୍କୁ ଶୁଖିଲା ଖାଦ୍ୟ, ପାଣି, ମହମବତୀ ଓ ଜଣେ ଜ୍ୱରରେ ପିଡିତ ବ୍ୟକ୍ତିଙ୍କୁ ଔଷଧ ପ୍ରଦାନ କରାଯାଇଥିବା ବିଡ଼ିଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।ଆଗକୁ ବନ୍ୟା ପରିସ୍ଥିତି ଉପୁଜିଲେ ବେଲଗୁଣ୍ଠା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ସେ ଜଣାଇଛନ୍ତି ।
ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here