ଅବକାରୀ ଧରପଗଡ଼ ; ୪ ଗିରଫ

0
250

ଭଞ୍ଜନଗର : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଅବକାରୀ ଥାନା ଅଞ୍ଚଳରେ ଶୁକ୍ରବାର ଚଢ଼ାଉ କରାଯାଇଛି। ଜିଲ୍ଲା ଭ୍ରାମ୍ୟମାଣ ନିରୀକ୍ଷୀକା ପ୍ରିତୀଧାରା ନାୟକ ଙ୍କ ନେତୃତ୍ୱରେ ଭଞ୍ଜନଗର ଅଞ୍ଚଳର ବଡ ମରାଠୀ ସାହି, ମୁଜାଗଡ଼, ସାନ ପଥରା ଓ ବଡ କୋଦଣ୍ଡା ପ୍ରଭୁତି ସ୍ଥାନରେ ଦୀର୍ଘ ଦିନ ଧରି ଚାଲିଥିବା ଦେଶୀ ମଦ ଭାଟିରେ ଚଢ଼ାଉ କରାଯାଇ ୫୦୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରାଯିବା ସହ ୧୬୪ ଲିଟର ଦେଶୀ ମଦ ଓ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଏହି ବେଆଇନ କାରବାର ରେ ୬ଗୋଟି ମାମଲା ରୁଜୁ କରାଯାଇ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆସ୍କା ଅବକାରୀ ଥାନାଧିକାରୀ ଧୀରେନ କୁମାର ବେହେରା,ଭ୍ରାମ୍ୟମାଣ ଏସଆଇ ଦୁର୍ଯୋଧନ ଦିଗାଲ, ଏଏସଆଇ ରବୀନ୍ଦ୍ର ନାଥ ବିଶ୍ୱାଳ, ଏନ.ତ୍ରିପତି ରାଓ,ନିଳାମ୍ଭର ନାୟକ ଙ୍କ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ। ଆଗାମୀ ଦିନରେ ଏହି ବେଆଇନ କାରବାର କୁ ରୋକ ଲଗାଇବାକୁ ଚଢ଼ାଉ କୁ ବ୍ୟାପକ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here